୩୮ କୁଇଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ୍ । ୩ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ମନମୁଣ୍ଡା ପୋଲିସ୍ । ମନମୁଣ୍ଡା ଥାନା ନଳୀ କୁପା ଜଙ୍ଗଲରେ ଚଢ଼ାଉ କରି ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କଳା ପୋଲିସ୍ । ବାହାର ରାଜ୍ୟକୁ ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ପୋଲିସ୍ର ଚଢ଼ାଉ ।
ସୂଚନା ଅନୁଯାୟୀ ନଳୀ କୂପା ଜଙ୍ଗଲରେ ଗଞ୍ଜେଇ ଗଚ୍ଛିତ ଥିବ ନେଇ ବୌଦ୍ଧ ଏସପି କୌଣସି ଏକ ସୂତ୍ରରୁ ଖବର ପାଇ ମନମୁଣ୍ଡା ପୋଲିସ୍ କୁ ସେଠାରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେଠାରେ ବିପୁଳ ଗଞ୍ଜେଇ ବସ୍ତାରେ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ । ତାକୁ ଜବତ କରିଥିବା ବେଳେ ସେଠାରେ ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
ତେବେ ବିଗତ ୨ ମାସ ରେ ପ୍ରାୟ ୨୫ କୋଟି ଟଙ୍କାର ୨୫ ଟନ ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ୍ ।
Powered by Froala Editor