ପ୍ରଥମ ଭାରତୀୟ ମହିଳା ଭାବେ ଶୌର୍ଯ୍ୟ ପଦକ ପାଇଲେ ଦୀପିକା ମିଶ୍ରା
ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ଦୀପିକା ମିଶ୍ରାଙ୍କୁ ବାୟୁସେନା ପଦକ (ଶୌର୍ଯ୍ୟ) ପ୍ରଦାନ କରାଯାଇଛି। ବାୟୁସେନା ପଦକ ପାଇବାରେ ସେ ପ୍ରଥମ ଭାରତୀୟ ମହିଳା । ୱିଙ୍ଗ୍ କମାଣ୍ଡର୍ ମିଶ୍ରାଙ୍କ ବିଷୟରେ ଅବତାରଣା କରିବାକୁ ଯାଇ ଜଣେ ମୁଖପାତ୍ର କହିଛନ୍ତି, ଭାରତୀୟ ବାୟୁସେନା ଇତିହାସରେ ‘ଶୌର୍ଯ୍ୟ ପୁରସ୍କାର’ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା ଅଧିକାରୀ। ବାୟୁସେନାରୁ ୫୭ ଜଣ ଓ ସେନାରୁ ଜଣକୁ ମିଶାଇ ସମୁଦାୟ ୫୮ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା କଥା ସେ କହିଛନ୍ତି।
ମୁଖପାତ୍ରଙ୍କ କହିବା ଅନୁସାରେ, ଦୀପିକା ମିଶ୍ରା ରାଜସ୍ଥାନ ବାସିନ୍ଦା। ମଧ୍ୟପ୍ରଦେଶରେ ବନ୍ୟା ରିଲିଫ୍ ଅଭିଯାନ ସମୟରେ ଦୀପିକା ସାହସ ପ୍ରଦର୍ଶନ କରି ମହିଳା ଓ ପିଲାଙ୍କ ସମେତ ୪୭ଜଣଙ୍କ ଜୀବନ ରକ୍ଷା କରିଥିଲେ। ନୂଆଦିଲ୍ଲୀସ୍ଥିତ ସୁବ୍ରତ ପାର୍କସ୍ଥିତ ବାୟୁସେନା ଅଡିଟରିୟମ୍ରେ ଆୟୋଜିତ ‘ଅଧିଷ୍ଠାପନ ସମାରୋହ’ରେ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ସାଲ୍ ଭି. ଆର୍. ଚୌଧୁରୀ ଦୀପିକା ମିଶ୍ରାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
Powered by Froala Editor