ଶହେ ବୌଦ୍ଧ ସନ୍ନ୍ୟାସୀଙ୍କୁ କୋଭିଡ୍

ଗାଙ୍ଗଟକ: ସିକିମରେ ଅତି କମରେ ଶହେ ଜଣ ବୌଦ୍ଧ ସନ୍ନ୍ୟାସୀଙ୍କୁ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରବିବାର ସୁଦ୍ଧା ସେଠାରେ ଥିବା ଦୁଇଟି ବୌଦ୍ଧ ମଠରେ ମୋଟ ୧୫୮ ଜଣ ବୌଦ୍ଧ ସନ୍ନ୍ୟାସୀ ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟ ସରକାର ବିଭିନ୍ନ ବୌଦ୍ଧ ମଠଗୁଡ଼ିକରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହି ସନ୍ନ୍ୟାସୀମାନଙ୍କ ଭିତରେ ସଂକ୍ରମଣ ହାର ୬୨.୦୨ ପରି ଅତୁ୍ୟଚ୍ଚ ରହିବା ଚିନ୍ତାର ବିଷୟ ହୋଇଛି । ଗାଙ୍ଗଟକ ଠାରୁ ୩୦ କିମି ଦୂରରେ ଅବସ୍ଥିତ ଅନ୍ୟତମ ଐତିହ୍ୟସ୍ଥଳୀ ଗୁଁତେକ୍ ମଠ ଅନ୍ତର୍ଗତ ଧର୍ମଚକ୍ର କେନ୍ଦ୍ରର ୩୭ ଜଣ ସନ୍ନ୍ୟାସୀଙ୍କର ପଜିଟିଭ୍ ବାହାରିଛି । ସେହିପରି ଗୁଞ୍ଜାଙ୍ଗ ମଠରେ ମଧ୍ୟ ୬୧ ଜଣ ସାଧୁଙ୍କର ପଜିଟିଭ୍ ବାହାରିବା ପରେ ତାହାକୁ ସଂକ୍ରମଣ ରୁଦ୍ଧ ଇଲାକା ଭାବେ ଘୋଷଣା କରାଯିବା ସହ ସନ୍ନ୍ୟାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
Powered by Froala Editor