Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ...

  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ...

  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ...

  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ...

  • ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ...

  • ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌

  • ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ...

  • ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୪ ଜଣଙ୍କ ...

  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ...

ରାଜ୍ୟ
Home ›› ରାଜ୍ୟ ››ଶିଳ୍ପ-ଆଧାରିତ ଦକ୍ଷତା ଉପରେ ଗୁରୁତ୍ୱ ଦେଇଛି ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩

ଶିଳ୍ପ-ଆଧାରିତ ଦକ୍ଷତା ଉପରେ ଗୁରୁତ୍ୱ ଦେଇଛି ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩

2023-04-20 18:27:46
14569
Share:
Facebook
Twitter
E-Mail
WhatsApp
Telegram
ଶିଳ୍ପ-ଆଧାରିତ ଦକ୍ଷତା ଉପରେ ଗୁରୁତ୍ୱ ଦେଇଛି ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩

ଭୁବନେଶ୍ୱର, ୨୦ ଏପ୍ରିଲ ୨୦୨୩: ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ର ପ୍ରଥମ ଦିନରେ ଆଜି ଶିଳ୍ପ-ଆଧାରିତ ଦକ୍ଷତା ଓ ରାଜ୍ୟର ଯୁବପିଢିଙ୍କ ପାଇଁ ଉଦୀୟମାନ ସୁଯୋଗଗୁଡିକ ଉପରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଦ୍ୱାରା ଆୟୋଜିତ ହେଉଥିବା  ଏହି ସମ୍ମିଳନୀ ବିଭିନ୍ନ ଶିଳ୍ପ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ସହଯୋଗୀ, ସେକ୍ଟର ସ୍କିଲ୍‌ସ କାଉନ୍ସିଲ୍‌, ଆନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର କୈନ୍ଦ୍ରିକ ପ୍ରତିନିଧି ଓ ରାଜ୍ୟର ସ୍କିଲ୍ ଆମ୍ବାସାଡରମାନଙ୍କ ସହିତ ନିୟୋଜନ ପାଇଁ ଲକ୍ଷ୍ୟ ରଖିଛି ।

ଆଜିର ଉଦ୍‌ଘାଟନୀ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଥିଲେ ଏବଂ ଏଠାରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ (ସ୍ୱାଧୀନ) ପ୍ରୀତିରଞ୍ଜନ ଘଡାଇ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍‌ଚିଙ୍କ ସମେତ ବିଶିଷ୍ଟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଜ୍ୟ ସରକାର ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରମୁଖ ସଂସ୍ଥା ଓ ଅନୁଷ୍ଠାନଗୁଡିକ ସହିତ ଏକ ଉନ୍ନତ ଦକ୍ଷତା ଇକୋସିଷ୍ଟମ ନିର୍ମାଣ କରିବା ଲାଗି  ୧୨ଟି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଏମ୍‌ଓୟୁଗୁଡିକ ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର ଏବଂ  ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ, ମିଶନ ଶକ୍ତି ଓ ୱାର୍ଲ୍ଡ ସ୍କିଲ୍ ସେଂଟର ମଧ୍ୟରେ, ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର ମଧ୍ୟରେ, ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଂଟର୍ (ଓସିଏସି) ଏବଂ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ, ଡ୍ରୋନ୍ ଫେଡେରେଶନ ଅଫ୍ ଇଣ୍ଡିଆ ଏବଂ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏମ୍‌ଓୟୁ ବ୍ୟତୀତ କିଛି ଆନ୍ତର୍ଜାତୀୟ ଲିଡର ଯେପରିକି ଫେଷ୍ଟୋ, ମିଟୁଟୋୟୋ, ସ୍ନାଇଡର, କୋର୍‌ସେରା, ଅଲ୍‌ଟେରା, ଫିଲିପ୍ସ ଏଜୁକେଶନ ଓ ଆଇଏସ୍‌ବି ଆଦି ଓଡିଶାର ଯୁବପିଢି ଏବଂ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ପ୍ରଥମ ଦିନରେ ଶିଳ୍ପ ବିଶେଷଜ୍ଞମାନେ ସ୍କିଲ୍ ଇକୋସିଷ୍ଟମ, ରାଜ୍ୟରେ ଦକ୍ଷ ମାନବ ସମ୍ବଳର ଗୁରୁତ୍ୱ ତ୍ତ୍ୱଓ ଶିଳ୍ପ ପରିଚାଳିତ ଦକ୍ଷତା ଉପରେ ବିଚାରବିମର୍ଶ କରିଥିଲେ ।

ପ୍ରଥମ ଅଧିବେଶନ (ଭାରତରେ ଏକ ସୁସଙ୍ଗତ ଦକ୍ଷତା ପରିବ୍ୟବସ୍ଥା ଗଠନ) ରେ ଭାରତରେ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ତାଲିମ (ଟିଭିଇଟି) ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନ ବଜାର ଚାହିଦା ମୁତାବକ ଦକ୍ଷତା ତାଲିମ୍ କାର୍ଯ୍ୟକ୍ରମଗୁଡିକୁ ଏକତ୍ରୀକରଣ କରିବାର ମହତ୍ୱ ଉପରେ ଆଲୋକପାତ କରିଥିଲା ।

ଏହି ଅବସରରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଉଷା ପାଢୀ ଅଧିବେଶନକୁ ପରିଚାଳନା କରିଥିଲେ ଏବଂ ବ୍ୟବସ୍ଥାରେ ଥିବା ସମସ୍ତ ହିତାଧିକାରୀଙ୍କ ସହ ମିଶି କାମ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ୟାନେଲ ଆଲୋଚନା ଏକ ଭିଡିଓ ପ୍ରଦର୍ଶନୀ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ନିଜକୁ ଆନ୍ତର୍ଜାତୀୟ ସ୍ତରରେ ଦକ୍ଷତା ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରିବା ଲାଗି ଦକ୍ଷତା କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ଜନସଂଖ୍ୟା ଆଧାରିତ ସୁବିଧା ଏବଂ ଆଗାମୀ ସୁଯୋଗଗୁଡିକୁ ପ୍ରଦର୍ଶିତ କରାଯାଇଥିଲା ।

ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପ୍‌ର ଏଜୁକେଶନ ଗ୍ଲୋବାଲ ପ୍ରାକ୍ଟିସ୍‌ର ପ୍ରମୁଖ ଶିକ୍ଷା ବିଶେଷଜ୍ଞ ଡଃ ସବ୍‌ନମ୍ ସିହ୍ନା ଅଧିବେଶନ ପାଇଁ ନିଜର ସ୍ୱାଗତ ଅଭିଭାଷଣରେ କହିଥିଲେ, ‘ ଭାରତର ଭବିଷ୍ୟତ ଏହାର ରାଜ୍ୟଗୁଡିକରେ ଅନ୍ତର୍ନିହିତ ରହିଛି । ଓଡିଶା  ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ ରହିଛି । ଆମେ ରାଜ୍ୟ ସହ ଏକ ଘନିଷ୍ଠ ସହଯୋଗିତା ପାଇଁ ଏବଂ ଦକ୍ଷତା ଅଭିଯାନକୁ ଆଗକୁ ବଢାଇବା ପାଇଁ ଅପେକ୍ଷା କରିଛୁ ।’

ଏହି ଅଧିବେଶନ ପାଇଁ ପ୍ୟାନେଲରେ ୟୁଏନ୍ ୱମେନ୍ ଇଣ୍ଡିଆ ଅଫିସ୍‌ର ଉପ ପ୍ରତିନିଧି କାନ୍ତା ସିଂହ, ତାମିଲନାଡୁ ସ୍କିଲ ଡେଭ୍‌ଲପ୍‌ମେଂଟ୍ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ, ଆଇଏଏସ୍ ଟିଏମ୍‌ଟି. ଜେ. ଇନୋସେଂଟ୍ ଦିବ୍ୟା, ଏଏସ୍‌ଏପି କେରଳର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ଉଷା ଟିଟସ୍‌, ତେଲେଙ୍ଗାନା ଏକାଡେମି ଫର୍ ସ୍କିଲ୍ ଆଣ୍ଡ ନଲେଜ୍‌, ଟିଏଏସ୍‌କେ, ତେଲେଙ୍ଗାନା, ସିଇଓ ଶ୍ରୀକାନ୍ତ ସିହ୍ନା ଆଦି ସାମିଲ ଥିଲେ ।

ଆଜି ସମ୍ମିନଳୀର ୨ୟ ଅଧିବେଶନ ‘କୁଶଳୀ ଶ୍ରମଶକ୍ତିର ପ୍ରଶଂସା’ରେ କୁଶଳୀ କର୍ମଚାରୀଙ୍କ ପାଇଁ ପ୍ରିମିୟମ ବେତନ ଏବଂ ଏହାର ଦୀର୍ଘକାଳିନ ଲାଭର ମହତ୍ୱ ଉପରେ ଆଲୋଚନା କରାଯାଇଥିଲା ।

ସମ୍ମିଳନୀକୁ ସମ୍ବୋଧିତ କରି ଲାର୍‌ସନ ଆଣ୍ଡ ଟ୍ୟୁବ୍ରୋରେ ସ୍କିଲ୍ ଡେଭ୍‌ଲପ୍‌ମେଂଟ୍ ମିଶନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କେ ରାମାକ୍ରିଷ୍ଣନ୍ କହିଥିଲେ, ‘ଏହା ସୁନିଶ୍ଚିତ କରିବା ଜରୁରୀ ଯେ, ଦକ୍ଷତା ପ୍ରଣାଳୀ ଯୁବପିଢିଙ୍କ ପାଇଁ ଆକାଂକ୍ଷିତ ଅଟେ ଏବଂ କର୍ମଚାରୀମାନଙ୍କ ଦକ୍ଷତା ପାଇଁ ନିଯୁକ୍ତିଦାତାଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି ।’

ଏହି ଆଲୋଚନା ପାଇଁ ପ୍ୟାନେଲରେ  ଏକାଧିକ କର୍ପୋରେଟ୍ ଯେପରିକି  ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌, ଏଚ୍‌ଆର୍‌-ପୂର୍ବତନ ନିର୍ଦ୍ଦେଶକ ଏସ୍‌ପି ଗାଥୁ, ସ୍କିଣ୍ଡ୍‌ଲର ଇଣ୍ଡିଆର ସିଇଓ ଓ ଅଧ୍ୟକ୍ଷ ଅଶୋକ ରାମଚନ୍ଦ୍ରନ୍‌, ସାହୀ ଏକ୍ସପର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଉପାଧ୍ୟକ୍ଷ ଜେ ଡି ଗିରି, ଜୋଲା ଇଣ୍ଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ଡିଜାଇନର୍ ଜିନା ଜୋସେଫ୍‌, ନେଟୁର ଟେକ୍ନିକାଲ ଟ୍ରେନିଙ୍ଗ୍ ଫାଉଣ୍ଡେଶନ (ଏନ୍‌ଟିଟିଏଫ୍‌), ବେଙ୍ଗାଲୁରୁର ଉପ ପରିଚାଳନା ନିର୍ଦ୍ଦେଶକ ବି.ଭି ସୁଦର୍ଶନ ପ୍ରମୁଖ ସାମିଲ ଥିଲେ ।

ସେହିପରି ଆଜିର ୩ୟ ଅଧିବେଶନ (‘ଉଦ୍ୟୋଗ ନେତୃତ୍ୱ ଭିତିକ ଦକ୍ଷତା ଆଡ଼କୁ’)ରେ ଇଣ୍ଡଷ୍ଟ୍ରୀ ୪.୦ ଏବଂ ଏଆଇ ଓ ରୋବୋଟିକ୍ସ ଭଳି ଟେକ୍ନୋଲୋଜିଗୁଡିକ କାରଣରୁ ସୃଷ୍ଟି ହୋଇଥିବା ବ୍ୟାଘାତ ଉପରେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନ ଜିଜ୍ ଇକୋନୋମି, ଡେମୋଗ୍ରାଫିକ୍ ଏବଂ ଦେଶରେ କାର୍ଯ୍ୟର ଭବିଷ୍ୟତକୁ ପରିବର୍ତନ କରୁଥିବା ସାମାଜିକ ପରିର୍ତନଗୁଡିକ ଉପରେ ରୋଚକପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା ।

ଏହି ଅଧିବେଶନ ପାଇଁ ପ୍ୟାନେଲିଷ୍ଟଙ୍କ ମଧ୍ୟରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶକ (ପ୍ରଶିକ୍ଷଣ) ତ୍ରିସାଲ୍‌ଜିତ ସେଠି, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ଟ୍ରେନିଙ୍ଗ ଏକାଡେମିର କାର୍ଯ୍ୟକାରୀ ପରାମର୍ଶଦାତା ମନୋଜ ଅଗ୍ରୱାଲ, ଓଡିଶା ମାଇନିଙ୍ଗ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ବଲ୍‌ୱନ୍ତ ସିଂହ, ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ଏବଂ ଫିଲିପ୍ସ ଫାଉଣ୍ଡେଶନର ଅଧ୍ୟକ୍ଷ ରକ୍ଷିତ କେଜ୍ରିୱାଲ ପ୍ରମୁଖ ସାମିଲ ଥିଲେ ।

ଏହି ସମ୍ମିଳନୀରେ  ଏକ ପ୍ରଦର୍ଶନୀ ମାଧ୍ୟମରେ ଦକ୍ଷତା ପ୍ରବୃତିଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ମୋଟ ୧୩୪ଟି ଷ୍ଟଲ୍ ଥିଲା, ଏଥିମଧ୍ୟରୁ ୬୨ଟି ଷ୍ଟଲ ୩୦ଟି ଜିଲ୍ଲାର ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜ ଓ ଟେକ୍ନିକାଲ ୟୁନିଭର୍ସିଟିଗୁଡିକର ଥିଲା ଏବଂ ୫୮ଟି ଷ୍ଟଲ୍ ଏଆର୍‌ଏନ୍‌ଏସ୍‌, ଅଟୋ ଡେସ୍କ, ହାଲ୍‌, ମାଇକ୍ରୋସଫ୍ଟ ଓ ସିସ୍କୋ ଭଳି ଇଣ୍ଡଷ୍ଟ୍ରୀ ଓ ଷ୍ଟାର୍ଟଅପ୍‌ଗୁଡିକରୁ ଏବଂ ୮ଟି ଷ୍ଟଲ୍ ରାଜ୍ୟ ପିଏସ୍‌ୟୁ ଏବଂ ମିଶନ ଶକ୍ତି, ଏନର୍ଜି , ଓଏମ୍‌ସି, ବୟନିକା, ଡାଇରେକ୍ଟୋରେଟ୍ ଅଫ୍ ପ୍ରିଜନ୍‌ସ ଓ ଗତି ଭଳି ୬ଟି ବିଭାଗରୁ ଥିଲା । ଉଦ୍‌ଘାଟନୀ ଦିବସ ଓଡିଶାର ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନଗୁଡିକ ସହିତ ଶେଷ ହୋଇଥିଲା ।

ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରରେ ଆସନ୍ତା ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ଏହି କାର୍ଯ୍ୟକ୍ରମର ଶିଳ୍ପ ସହଯୋଗୀ ଅଟେ ।

Powered by Froala Editor

Tags skilled odisha

Related articles Odisha News Lens 4.1

  • ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌

    13956
    Oct 14, 2026
  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...
    ଦେଶ-ଦେଶାନ୍ତର

    ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...

    13515
    Oct 14, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା
    ବାଣିଜ୍ୟ

    BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13676
    Oct 14, 2026
  • ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...
    ଦେଶ-ଦେଶାନ୍ତର

    ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...

    14014
    Oct 14, 2026
  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର
    ଦେଶ-ଦେଶାନ୍ତର

    କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର

    13826
    Oct 14, 2026
  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ
    ଦେଶ-ଦେଶାନ୍ତର

    ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    14893
    Oct 14, 2026
  • ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୪ ଜଣଙ୍କ ମୃତ୍ୟୁ

    14546
    Oct 14, 2026
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ
    ଦେଶ-ଦେଶାନ୍ତର

    ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14800
    Oct 13, 2026
  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
    ଦେଶ-ଦେଶାନ୍ତର

    ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15560
    Oct 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ଭ୍ୟୁ

    15416
    Oct 14, 2026
  • ଦେଶ-ଦେଶାନ୍ତର

    କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର

    13826
    Oct 14, 2026
  • ଦେଶ-ଦେଶାନ୍ତର

    ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15560
    Oct 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17180
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17873
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17823
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18243
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14575
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14680
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15685
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14358
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16094
    Sep 23, 2026

ବାଣିଜ୍ୟ

BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

ଭାରତୀୟ ଶେୟାର ବଜାରରେ ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି। BSE ସେନ୍‌ସେକ୍ସ ଓ NSE ନିଫ୍ଟି ୫୦ ଉଭୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ କାରବାର ଶେଷ କରିଛନ୍ତି। କାରବାର ଶେଷରେ BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବା ୧.୫୪ ପ୍ରତିଶତ ବୃଦ୍ଧି ପାଇ ୭୩,୦୩୩.୭୮ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି NSE ନିଫ୍ଟି ୫୦ ୩ ...

  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15095
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15805
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15032
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15562
    Oct 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13676
    Oct 14, 2026
  • ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌

    13956
    Oct 14, 2026
  • ଏକ ନୂଆ ଦଳ "ମଖି ଜନତା ପାର୍ଟି" : ୭୨ ଘଣ୍ଟା ମଧ୍ୟରେ ୪ ମିଲିୟନରୁ ଅଧିକ ଭ୍ୟୁ

    15416
    Oct 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In