ସ୍ୱେରେଜ୍ ଟାଙ୍କି ଭିତରେ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସିଙ୍କ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ଵର : ସ୍ୱେରେଜ୍ ଟାଙ୍କି ଭିତରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା। ରାଜ୍ୟ ସରକାରଙ୍କୁ ଦାୟୀ କଲେ ଏନଏଚଆରସି। ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଁଏ କାହିଁକି ନଦେବେ ବୋଲି ପ୍ରଶ୍ନ କରିଛନ୍ତି।ସେପଟେ ଜଣେ ମୃତକଙ୍କ ପରିବାର ଲୋକଙ୍କୁ ପାଉନାହାଁନ୍ତି ତଦସିଲଦାର। ମୃତକଙ୍କ ଜାତି ଦେଖି କ୍ଷତିପୂରଣ କଥା ବିଚାର ଚାଲିଥିବା ସୂଚନା ମିଳିଛି।
ସୂଚନା ଥାଉକି, କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ୍ ଚାମ୍ବର ସଫା କରୁଥିବା ବେଳେ ୨୦୨୧ ଏପ୍ରିଲ୍ ମାସରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ଜାତୀୟ ମାନବିକ ଅଧିକାର କମିଶନ ମତ ଦେଇଛନ୍ତି। ତେଣୁ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ନ ଦେବେ, ସେ ନେଇ ଉତ୍ତର ଦେବାକୁ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
୨୦୨୧ ଏପ୍ରେଲ୍ ୧୫ ତାରିଖରେ ସଫା କରିବା ପାଇଁ ସ୍ୱେରେଜ୍ ଚାମ୍ବରରେ ପଶିଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପାଟପୁରର ପି.ଶଙ୍କର ଓ ବଡମ୍ବାର ବିଷ୍ଣୁ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ଡି.ଶିବା ଗୁରୁତର ଆହତ ହୋଇଥିଲେ।
Powered by Froala Editor