ସମଲିଙ୍ଗୀ ବିବାହକୁ ପୁଣି ବିରୋଧ କଲେ କେନ୍ଦ୍ର ସରକାର

ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେଇ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନଦେବାକୁ ଦାବି କରିଛନ୍ତି କେନ୍ଦ୍ର ସରକାର । ଯଦି ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଏ ତେବେ ପ୍ରତି ନାଗରିକଙ୍କ ସ୍ବାର୍ଥ ଲାଗି ଏହି ଚାଲେଞ୍ଜ ସୃଷ୍ଟି କରିବ ବୋଲି କହିଛନ୍ତି ସରକାର ।
ରବିବାର ଦିନ ଦାଖଲ କରିଥିବା ସଦ୍ୟତମ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ, ଅଦାଲତରେ ଦାଏର କରାଯାଇଥିବା ପିଟିସନ୍ଗୁଡ଼ିକ ସାମାଜିକ ଗ୍ରହଣୀୟତା ଉଦ୍ଦେଶ୍ୟରେ ନଗରାଞ୍ଚଳ ଆଭିଜାତ୍ୟ ବର୍ଗର ମତାମତ ପ୍ରତିଫଳନ କରୁଛି।
ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଆସନ୍ତାକାଲିଠାରୁ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ । ସିଜେଆଇ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ ଏସକେ କୌଲ, ରବୀନ୍ଦ୍ର ଭଟ୍ଟ, ହିମା କୋଲି ଓ ପିଏସ ନରସିହ୍ମା । ପୂର୍ବରୁ ବି ଏହି ଧରଣର ବିବାହକୁ ସ୍ବୀକୃତି ନଦେବା ଲାଗି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ ।
Powered by Froala Editor