ବୃଦ୍ଧଙ୍କୁ ଝୁଣି ମାରିଦେଲେ କୁକୁର
ଉତ୍ତରପ୍ରଦେଶରେ ଥିବା ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ଘଟିଛି ହୃଦୟଥରା ଘଟଣା। ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଲା କୁକୁର କେମିତି ଛୋଟ ପିଲାଙ୍କୁ ଝୁଣି ମାରି ଦେଉଥିଲେ, ତା’ର ଖବର ଆସୁଥିଲା। ହେଲେ ଏବେ ଜଣେ ବୃଦ୍ଧ ବ୍ୟକ୍ତି ବୁଲା କୁକୁରଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
ବୃଦ୍ଧଜଣକ ସକାଳ ସକାଳୁ ବିଶ୍ବବିଦ୍ୟାଳୟ ପାର୍କରେ ଚାଲିବା ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଘଟଣା ଘଟିବା ସମୟର ଦୃଶ୍ୟ ବିଶ୍ବବିଦ୍ୟାଳୟରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି।
ସୂଚନା ଅନୁସାରେ, କ୍ୟାମ୍ପସକୁ ଲାଗି ରହିଥିବା ଅଞ୍ଚଳରେ ୬୫ବର୍ଷିୟ ଡ. ସଫଦର ଅଲୀ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ। ସେ ସବୁଦିନ ଭଳି ରବିବାର ସକାଳୁ ମଧ୍ୟ ସାର୍ ସୟିଦ ମ୍ୟୁଜିୟମରେ ଥିବା ଗୋଟିଏ ଗାର୍ଡେନକୁ ମର୍ଣ୍ଣିୱାକ ପାଇଁ ଯାଇଥିଲେ। ସେ ମର୍ଣ୍ଣିୱାକ୍ କରୁଥିବା ବେଳେ ହଠାତ୍ ୫ରୁ ୬ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ସଫଦର ନିଜକୁ ବଞ୍ଚାଇବା ପାଇଁ ଖୁବ ଚେଷ୍ଟା କରୁଥିଲେ ବି ଶେଷରେ ସେ ତଳେ ପଡ଼ିଯାଉଛନ୍ତି। ଘଟଣାଟି ସକାଳ ୬.୩୦ରେ ଘଟିଥିବା ବେଳେ ପୁଲିସକୁ ସକାଳ ୭.୩୦ରେ ମୃତଦେହ ମିଳିଥିବା ଜଣାପଡ଼ିଛି।
Powered by Froala Editor