ଏମିତି କଲେ ଆପଣ ହୋଇଯିବେ ସୁଖୀ ମଣିଷ
ସୁଖୀ ରହିବାର ଅନେକ ନୀତି ରହିଛି । ବିଦୂର ନୀତି, ଚାଣକ୍ୟ ନୀତି ଭଳି ଶୁକ୍ର ଗ୍ରନ୍ଥ ଏକ ପ୍ରସିଦ୍ଧ ଗ୍ରନ୍ଥ । ଏହା ଶୁକ୍ରାଚାର୍ଯ୍ୟଙ୍କ ଦ୍ୱରା ରଚନା ହୋଇଛି । ଏହି ଗ୍ରନ୍ଥରେ ଲେଖା ଅଛି ଏମିତି କିଛି ଯାହାକୁ କଲେ ଆପଣ ସାରା ଜୀବନ ପାଇଁ ସୁଖୀ ହୋଇଯିବେ ।
- ଶୁକ୍ରଙ୍କ ନୀତି ଅନୁସାରେ ଧନକୁ ଚଞ୍ଚଳ ମନାଯାଏ । କାରଣ ଏଥିରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଏହାକୁ ନେଇ ମୋହ କରିବା ଉଚିତ୍ ନୁହେଁ । କାମବେଳେ ସେହି ଅର୍ଥକୁ ବ୍ୟବହାର କରିବା କରିବା ଠାରୁ ଭଲ କାମ ଆଉ କିଛି ବି ନୁହେଁ । ତେଣୁ ଏହାକୁ ସଠିକ ସମୟରେ ସଠିକ ସ୍ଥାନରେ ବ୍ୟବହାର କରିବା ଉଚିତ୍ ।
- ଯୌବନରେ ସମସ୍ତେ ସୁନ୍ଦର ଦେଖାଯାଇଥାନ୍ତି । କିନ୍ତୁ ଏହା କ୍ଷଣସ୍ଥାୟୀ ହୋଇଥାଏ । ତେଣୁ ନିଜ ସୁନ୍ଦରତାକୁ ନେଇ ଗର୍ବ କରିବା ଉଚିତ୍ ନୁହେଁ । କେବଳ ସୌନ୍ଦର୍ଯ୍ୟ ନୁହେଁ ଏ ସଂସାରରେ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ । କେବଳ ମୃତୁ୍ୟ ହିଁ ସତ୍ୟ ଅଟେ । ତେଣୁ ଏହି ମୋହରୁ ନିଜକୁ ଦୂରେଇ ରଖନ୍ତୁ ।
- କୁହାଯାଏ ମଣିଷର ଛାଇ ମଣିଷ ସହ ସବୁବେଳେ ରହିଥାଏ । କିନ୍ତୁ ଏହି ଛାଇ ମଣିଷକୁ ସେତେବେଳେ ପର୍ଯ୍ୟନ୍ତ ସାଥ୍ ଦିଏ ଯେପର୍ଯ୍ୟନ୍ତ ମଣିଷ ଆଲୋକ ବା ସୂର୍ଯ୍ୟାଲୋକରେ ଥାଏ । ଅନ୍ଧାର ହେବା ପରେ ଛାଇ ମଧ୍ୟ ମଣିଷର ହାତ ଛାଡିଦେଇଥାଏ । ତେଣୁ ଏ ସଂସାରରେ କେହି ନିଜର ନୁହଁନ୍ତି । ପରିବାର, ସଂସାର, ସନ୍ତାନ, ଧନ, ସମ୍ପତ୍ତି କିଛି ବି ନିଜର ନୁହେଁ । ସମସ୍ତଙ୍କୁ ଦିନେ ନା ଦିନେ ଚାଲିଯିବାକୁ ପଡିବ । ତେଣୁ ସଂସାରରେ ସବୁ ମୋହ ତ୍ୟାଗ କଲେ, ଜୀବନର ପ୍ରକୃତ ସୁଖକୁ ଭୋଗ କରିପାରିବେ ।
Powered by Froala Editor