ସୋମବାର ଠୁ ଖୋଲିବ ସ୍କୁଲ୍

ଭୁବନେଶ୍ୱର: ସୋମବାର ଠୁ ଖୋଲିବ ସ୍କୁଲ୍ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୬ଟା ୩୦ରୁ ୧୧ ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲାଯିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପାଇଁ ଲାଗୁ ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲ୍ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ । ବିଦ୍ୟାଳୟରେ ପାନୀୟ ଜଳ ଓ ଅନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତ ୧୦ ତାରିଖରେ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ଚିଠି ହୋଇଥିଲା । ୧୧ ତାରିଖରୁ ଛାତ୍ରଛାତ୍ରୀମାନେ ନୂଆ ସମୟ ଅନୁଯାୟୀ ସକାଳ ୭ଟାରୁ ବିଦ୍ୟାଳୟ ଯାଇ ସାଢ଼େ ୧୧ଟାରେ ଫେରିଥିଲେ । ମାତ୍ର ଜାପାନ ଗସ୍ତରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ଗ୍ରୀଷ୍ମ ପ୍ରବାହକୁ ନେଇ ବୈଠକ ଡକାଇଥିଲେ । ଖରା ପାଇଁ ସ୍କୁଲ୍ ଛୁଟି କରିବାକୁ ଘୋଷଣା କରିଥିଲେ । ୧୨ତାରିଖରୁ ୧୬ ତାରିଖ ପର୍ୟ୍ୟନ୍ତ ସ୍କୁଲ୍ ଛୁଟି ଘୋଷଣା ହୋଇଥିଲା । ଗ୍ରୀଷ୍ମର ପ୍ରକୋପ ଅଧିକ ଥିବାରୁ ୧୭ ତାରିଖରୁ ସାଢ଼େ ୬ଟାରୁ ୧୧ଟା ପର୍ୟ୍ୟନ୍ତ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଶିକ୍ଷା ଅଧିକାରୀଙ୍କ କହିବା କଥା, ପାଣିପାଗ ଆକଳନ ଅନୁଯାୟୀ କାଳବୈଶାଖୀ ଥିବାରୁ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ତେଣୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
Powered by Froala Editor