ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ

୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ। ଫଳରେ ୧୮୦୦୦ରୁ ଊର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଶିକ୍ଷୟିତ୍ରୀ-ଶିକ୍ଷକ ନିୟମିତ ହୋଇଛନ୍ତି। ନିୟମିତ ଦାବିରେ ୧୩ ଦିନ ଧରି ଧାରଣାରେ ବସିଥିଲା ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ ପରେ ଶିକ୍ଷକ ସଂଘର ଧାରଣା ସ୍ଥଗିତ ହୋଇଛି। ତେବେ ଏନେଇ ସ୍ୱତନ୍ତ୍ର ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିସ୍ତୃତ ଗାଇଡଲାଇନ୍ ଓ ଏସଓପି ଜାରି ହୋଇଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଜ୍ୟର ପ୍ରାୟ ୧୮ହଜାରରୁ ଅଧିକ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ରାଜ୍ୟ ସରକାର ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିନଥିଲେ ।
ବିଜ୍ଞପ୍ତି ପ୍ରକାଶ ପରେ ସଂଘର ସଭାପତି ପଞ୍ଚାନନ ଜେନା, ସମ୍ପାଦକ ସତ୍ୟଭୂଷଣ ତରାଇ,ଉପଦେଷ୍ଟା ବିଶ୍ୱଜିତ୍ ବିଶ୍ୱାଳ,ଦାମୋଦର ମହାନନ୍ଦ,ବିନୋଦ ମିଶ୍ର, ବସନ୍ତ କୌଶଲ୍ୟ,ମାନସ ପୁହାଣ,ଟିକିନା ସାହୁ, ମୌଡି ଇନ୍ଦ୍ରସେନ ପ୍ରମୁଖ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Powered by Froala Editor