ପଡିଛି ଛୁଆ ହାତୀର ମୃତଦେହ

କୋଇଡ଼ା : ଅସୁରକ୍ଷିତ ଗଜରାଜ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଫରେଷ୍ଟ ରେଞ୍ଜ କୁସୁମୁଡିହି ଗାଁ ନିକଟରେ ପଡିଛି ଏକ ଛୁଆ ହାତୀର ମୃତଦେହ । ମୃତ ହାତୀଟିର ବୟସ ତିନି ରୁ ଚାରି ବର୍ଷ ହେବ ବୋଲି ଜଣାପଡିଛି । ମା ହାତୀଟି ମୃତଦେହ ନିକଟରେ ଜଗିରହିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
କିଛି ଦିନ ପୂର୍ବରୁ ଏହି ହାତୀ ଛୁଆ ଅସୁସ୍ଥ ଥିଲା । ବନ ବିଭାଗ ଚିକିତ୍ସା କରି ହାତୀ ଛୁଆକୁ ଚିକିତ୍ସା କରି ଛାଡିଦେଇଥିଲା । ହେଲେ ଚିକିତ୍ସା ପରେ ବନବିଭାଗ ହାତୀ ଛୁଆର ସ୍ୱାସ୍ଥ୍ୟକୁ ନେଇ କିଛି ତଥ୍ୟ ରଖିନଥିଲା । ଯାହାଫଳରେ ଆଜି ଛୁଆ ହାତୀଟିର ମୃତ୍ୟୁ ହୋଇଛି ।
Powered by Froala Editor