ନିକୋବର ଦ୍ୱିପରେ ଭୂକମ୍ପ
ରବିବାର ଦିନ ପ୍ରାୟ ୨ଟା ୫୯ରେ ନିକୋବର ଦ୍ୱିପରେ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୧। ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ଭୂକମ୍ପ ୧୦ କିଲୋମିଟର ଗଭିରତାରେ ରହିଥିଲା।
ସୂଚନା ଅନୁଯାୟୀ ରବିବାର ନିକୋବର ଦ୍ୱୀପପୁଞ୍ଜରେ ୩ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ଅନୁଭୂତ ହୋଇଛି। ପ୍ରଥମ ଭୂକମ୍ପର ତୀବ୍ରତା ୪.୧ ମାପ କରାଯାଇଥିଲା, ଏହା ଅପରାହ୍ନରେ ୨ଟା ୫୯ ରେ ହୋଇଥିଲା । ଦ୍ୱିତୀୟ କମ୍ପନର ତୀବ୍ରତା ରିଚ୍ଟର ସ୍କେଲରେ ୫.୩ ରେ ମାପ କରାଯାଇଛି । ଏହା ଅପରାହ୍ନ ୪ଟ ା୧ମିନିଟରେ ଅନୁଭୁତ ହୋଇଥିଲା। ସେହିପରି ଅପରାହ୍ନ ୫ଟା ୪୭ରେ ତୃତୀୟ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୫.୬ ଥିଲା।
ସୂଚନାଯୋଗ୍ୟ, ଚଳିତ ସପ୍ତାହ ଆରମ୍ଭରେ ଅର୍ଥାତ୍ ୬ ଏପ୍ରିଲରେ ଆଣ୍ଡାମାନ ଓ ନିକୋବର ଦ୍ୱିପରେ ଭୂକମ୍ପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୬। ଭୂକମ୍ପ ପୋର୍ଟବ୍ଲେୟାରର ୧୪୦ କିଲୋମିଟର ଇଏନଇରେ ଆସିଥିଲା।
Powered by Froala Editor