ଆଜିଠୁ ସିୟୁଇଟି-ୟୁଜି ପାଇଁ ପୁଣି ଆବେଦନ ଆରମ୍ଭ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏକକ ପ୍ରବେଶିକା ପରୀକ୍ଷା ସ୍ନାତକ(ସିୟୁଇଟି-ୟୁଜି) ୨୦୨୩ ପାଇଁ ପୁଣି ଆରମ୍ଭ ହେଲା ଆବେଦନ । ଆଜିଠୁ ୧୧ତାରିଖ ପର୍ୟ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଶ୍ୱବିଦ୍ୟାଳୟ ଓ କଲେଜରେ ସ୍ନାତକ(ୟୁଜି) ନାମଲେଖାଇବା ପାଇଁ ୟୁଜିସି ପକ୍ଷରୁ ସାରା ଦେଶରେ ଏକକ ପ୍ରବେଶିକା ପରୀକ୍ଷା ଆୟୋଜନ କରୁଛି । ଏନ୍ଟିଏ ଏହି ପରୀକ୍ଷା ପରିଚାଳନା କରୁଛି । ଏହି ପ୍ରବେଶିକା ପରୀକ୍ଷା ପାଇଁ ୧୬୮ଟି ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୩୦ ପର୍ୟ୍ୟନ୍ତ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜିକରଣ ସହ ଆବେଦନ କରାଯାଉଥିଲା । ମାତ୍ର ଅଧିକାଂଶ ପିଲା ଏହି ପରୀକ୍ଷା ପାଇଁ କୌଣସି କାରଣରୁ ଆବେଦନ କରିପାରି ନଥିଲେ । ପୁଣି ଥରେ ଆବେଦନ ପାଇଁ ଅନୁମତି ଦେବାକୁ ୟୁଜିସିକୁ ଅନୁରୋଧ କରିଥିଲେ। ପିଲାଙ୍କ ଦାବିକୁ ଆଖିରେ ରଖି ୟୁଜିସି ପକ୍ଷରୁ ପୁଣିଥିରେ ଆବେଦନ କରିବାକୁ ସୁଯୋଗ ଦିଆଯିବ । ରବିବାର ଠାରୁ ଅର୍ଥାତ୍ ଏପ୍ରିଲ୍ ୯ରୁ ୧୧ ପର୍ୟ୍ୟନ୍ତ ୩ଦିନ ଧରି ପିଲାମାନେ ଆବେଦନ କରିପାରିବେ । ମାତ୍ର ପରୀକ୍ଷାସୂଚୀ ଅନୁଯାୟୀ ମେ ୨୧ରୁ ୩୧ ତାରିଖ ମଧ୍ୟରେ ସିୟୁଇଟି-ୟୁଜି ପରୀକ୍ଷା ହେବ ବୋଲି ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor