କୋର୍ଟରେ ହାଜର ହେବା ପୂର୍ବରୁ ଆଇସିୟୁରେ ଜାଲ ସାର୍ଟିଫିକେଟ ମାମଲାର ଅଭିଯୁକ୍ତ

ବଲାଙ୍ଗିର: କୋର୍ଟରେ ହାଜର ହେବା ପୂର୍ବରୁ ଗୁରୁତର ହୋଇ ପଡ଼ିଛନ୍ତି ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାର ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦଗାତା । ଗତ ରାତିରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି।
ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତ ଆଲୋକ ଉଦଗାତା, ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କ ରିମାଣ୍ଡ ଆଜି ସରୁଛି । ତେଣୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରିବ। ଏହା ପୂର୍ବରୁ ଗତ ରାତିରେ ପଚରାଉଚରା ବେଳେ ଅସ୍ୱସ୍ତିକର ଅନୁଭବ କରିଥିଲେ ଆଲୋକ ଉଦଗାତା । ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ରକ୍ତଚାପ ବଢ଼ି ଯାଇଥିବା ଜଣାଯାଇଛି। ସେଠାରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। ଜାଲ ସାର୍ଟିଫିକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସଂପତ୍ତି ଗତକାଲି ଆଟାଟ୍ କରିଛି କ୍ରାଇମବ୍ରାଞ୍ଚ। କେଉଁ କୋର୍ଟଙ୍କ ଅନୁମତି ଆଧାରରେ ସମ୍ପତ୍ତି ସିଜ୍ କରିଛି କ୍ରାଇମବ୍ରାଞ୍ଚ, ସେନେଇ ସ୍ପଷ୍ଟ ହୋଇନାହିଁ। ତେବେ ଜବତ ସମ୍ପତ୍ତି ମଧ୍ୟରେ ମନୋଜ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ୪ଟି ପ୍ଲଟ ଥିବା ଜଣାଯାଇଛି।
Powered by Froala Editor