ବଡ଼ ଖବର:ରାଜ୍ୟରେ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୫୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୩୨ ଜଣ ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୭, ବାଲେଶ୍ୱରରେ ୬, ବରଗଡ଼ରେ ୪୮, ଭଦ୍ରକରେ ୧୦, ବଲାଙ୍ଗୀରରେ ୧୪, ବୌଦ୍ଧରେ ୨, କଟକରେ ୪୬, ଦେବଗଡ଼ରେ ୧, ଢେଙ୍କାନାଳରେ ୩, ଗଞ୍ଜାମରେ ୯, ଜଗତସିଂହପୁରରେ ୯, ଯାଜପୁରରେ ୧୬, ଝାରସୁଗୁଡ଼ାରେ ୩୧, କଳାହାଣ୍ଡିରେ ୩୮, କନ୍ଧମାଳରେ ୪, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୩୯, ଖୋର୍ଦ୍ଧାରେ ୧୧୮, କୋରାପୁଟରେ ୯, ମାଲକାନାଗିରିରେ ୨, ମୟୂରଭଞ୍ଜରେ ୨୪, ନବରଙ୍ଗପୁରରେ ୨୩, ନୟାଗଡ଼ରେ ୭, ନୂଆପଡ଼ାରେ ୩୧, ପୁରୀରେ ୪୩, ସମ୍ବଲପୁରରେ ୪୫, ସୋନପୁରରେ ୭, ସୁନ୍ଦରଗଡ଼ରେ ୧୪୭ ଓ ରାଜ୍ୟ ପୁଲରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।