ଡିପ୍ରେସନରେ ଥିଲେ ବିଭୀଷଣ, ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଦେଲେ
ରାମାନନ୍ଦ ସାଗରଙ୍କ ସିରିଏଲ ରାମାୟଣ ଏବଂ ଏଥିରେ ଅଭିନୟ କରିଥିବା କଳାକାରଙ୍କୁ ଅନେକ ରାମାୟଣପ୍ରେମୀ ଭଲ ପାଇଥାନ୍ତି । ଏବେ ବି ଲୋକଙ୍କ ମନରେ ରାମାୟଣର ଚରିତ୍ରମାନଙ୍କ ଚେହେରା ସତେଜ ହୋଇ ରହିଛି । ତେବେ ଏଥିରେ ଅଭିନୟ କରିଥିବା ଅଭିନେତା ମୁକେଶ ରାୱଲ ରାବଣଙ୍କ ଭାଇ ବିଭୀଷଣଙ୍କ ଭୂମିକାରେ ଅଭିନୟ କରିଥିଲେ। ତେବେ କହିରଖୁଛୁ ଯେ ମୁକେଶ ଆଉ ଜୀବିତ ନାହାଁନ୍ତି ।
୧୯୫୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ମୁକେଶ ହିନ୍ଦୀ ବ୍ୟତୀତ ଗୁଜରାଟୀ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଥିଲେ । ସେ ଜିଦ୍, ୟେ ମଜଦ୍ଦାର, ଲହୁ କେ ଦୋ ରଙ୍ଗ, ସତ୍ତା, ଔଜାର ଏବଂ କସକ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।ତାଙ୍କୁ ଶେଷ ଥର ପାଇଁ ୨୦୧୬ ମସିହାରେ ପ୍ରସାରିତ ଗୁଜୁରାଟୀ ସିରିଏଲ 'ନସ୍ ନସ୍ ମେ ଖୁନ୍ନସ'ରେ ଦେଖିବାକୁ ମିଳିଥିଲା।
କୁହାଯାଏ ମୁକେଶ ଟ୍ରେନ ସମ୍ମୁଖକୁ ଡେଇଁପଡ଼ି ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହ ମୁମ୍ବାଇର କାନଦିଭାଲି ଷ୍ଟେସନ ନିକଟରୁ ମିଳିଥିଲା। ପୁଅର ମୃତ୍ୟୁ ପରେ ମୁକେଶ ଡିପ୍ରେସନରେ ଥିଲେ। ଯେତେବେଳେ ଝିଅର ବିବାହ ହୋଇଯାଇଥିଲା ସେ ସଂପୂର୍ଣ୍ଣ ଏକୁଟିଆ ହୋଇପଡିଥିଲେ, ଆଉ ଅବସାଦଗ୍ରସ୍ତତାର ହୋଇ ଆତ୍ମହତ୍ୟା କରିଥିଲେ।
Powered by Froala Editor