କରୋନାରେ ୧୫ ମୃତ
ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୫ ମାସ ପରେ ଆଜି ସର୍ବାଧିକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୪,୪୩୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୧୬୩ ଦିନ(୫ ମାସ ୧୩ ଦିନ)ରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ନୂଆ ସଂକ୍ରମଣଙ୍କୁ ମିଶାଇଲେ ଦେଶରେ କରୋନା ସକ୍ରିୟ ସଂଖ୍ୟା ୨୩,୦୯୧ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସେହିପରି ମୋଟ ସଂକ୍ରମିତ ସଂଖ୍ୟା ୪.୪୭ କୋଟି(୪,୪୭,୩୩,୭୧୯) ହୋଇଥିବା ବେଳେ ମୋଟ ସଂକ୍ରମଣର ସଂକ୍ରିୟ ହାର ୦.୦୫ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତ୍ତମାନ ଦୈନିକ ଓ ସାପ୍ତାହିକ ସକ୍ରିୟ ହାର ଯଥାକ୍ରମେ ୨.୭୯ ଓ ୩.୩୮ ପ୍ରତିଶତ ରହିଛି।
ଦିନକରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶା, ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିଆଣା, କର୍ଣ୍ଣାଟକ ଓ ପଞ୍ଜାବରେ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପଛରେ କେରଳରୁ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୁନଃ ଗଣନାରେ ଜଣାପଡ଼ିଛି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୯୧୬ରେ ପହଞ୍ଚିଛି। କରୋନାରେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।
Powered by Froala Editor