ଖେଳଣା ନେଲା ୯ ମାସ ଶିଶୁର ଜୀବନ

ନୂଆପଡ଼ା: ଖାଇବାବେଳେ ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଖେଳଣା ୯ ମାସର ଶିଶୁ ତଣ୍ଟିରେ ଲାଗି ତାର ଜୀବନ ନେଇଛି । ନୂଆପଡ଼ା ଜିଲ୍ଲା କୋମନା ଥାନା ପଣ୍ଡରାପଥର ଗାଁର ଏହି ଘଟଣା ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ମୃତ ଶିଶୁଟି ପଣ୍ଡରାପଥର ଗାଁର ଲୋକନାଥ ରାଉତଙ୍କ ୯ ମାସୋମବାର ସକାଳେ ଶିଶୁପୁତ୍ରଟି ଜେଜେମା’ଙ୍କ କୋଳରେ ଖେଳୁଥିଲା । ପିଲାଟି ଅଝଟ ହେବାରୁ ଜେଜେମା’ ପାଖ ଦୋକାନରୁ ଏକ ଚିପ୍ସ ପ୍ୟାକେଟ୍ ଆଣିଥିଲେ । ଚିପ୍ସ ପ୍ୟାକେଟ୍ ଖୋଲି ନାତିକୁ ଦେଇଥିଲେ । ଶିଶୁଟି ଉକ୍ତ ଚିପ୍ସ ଖାଇବାବେଳେ ପ୍ୟାକେଟ୍ରେ ଥିବା ଖେଳଣା ତଣ୍ଟିରେ ଲାଗି ଯାଇଥିଲା । ପିଲାଟି କାନ୍ଦିବାରୁ ଜେଜେମା’ କୌଣସି ଅଘଟଣ ଆଶଙ୍କାରେ ପାଟି କରିଥିଲେ । ପରିବାର ଲୋକେ ଆସି ଶିଶୁଟିକୁ ତୁରନ୍ତ ଉଦ୍ୟାନବନ୍ଧସ୍ଥିତ ଏକ କ୍ଲିନିକ୍କୁ ନେଇଥିଲେ । ପିଲାଟିର ତଣ୍ଟିରେ ଖେଳଣା ଫସିଥିବା ଜଣାପଡ଼ିଥିଲା । ଏଥିଯୋଗୁଁ ଶିଶୁଟି ଅଣନିଃଶ୍ୱାସୀ ହେବାରେ ଲାଗିଥିଲା । ଡାକ୍ତରଙ୍କ ପରାମର୍ଶରେ ସେଠାରୁ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଶିଶୁଟିର ମୃତ୍ୟୁ ହୋଇଥିଲା ।
Powered by Froala Editor