ଇଶାଙ୍କୁ ଦ୍ୱିତୀୟ ବିବାହ କରିବେ ବାଦଶାହ
ରାପର୍ ବାଦଶାହ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଦୁହେଁ ଚଳିତ ମାସରେ ଗୁରୁଦ୍ବାରାରେ ବିବାହ କରିବେ ବୋଲି ଜଣାପଡ଼ିଛି। ବାଦଶାହ ଏବଂ ଇଶା ଜଣେ ବନ୍ଧୁଙ୍କ ପାର୍ଟୀରେ ପରସ୍ପରକୁ ଭେଟିଥିଲେ। ଚଳଚ୍ଚିତ୍ର ଏବଂ ସଙ୍ଗୀତକୁ ନେଇ ଦୁହିଁଙ୍କ ପସନ୍ଦ ସମାନ ହେତୁ ବାଦଶାହ ଓ ଇଶାଙ୍କ ସମ୍ପର୍କ ନିବିଡ ହୋଇଥିଲା। ତେବେ ଏହି ଚର୍ଚ୍ଚାକୁ ନେଇ ବାଦଶାହ ଓ ଇଶା କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
ଉଲ୍ଲେଖଯୋଗ୍ୟ, ରାପର୍ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବାଦଶାହ। ତାଙ୍କର ପ୍ରଟିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ। ବାଦଶାହ ୨୦୧୨ରେ ଖ୍ରୀଷ୍ଟିଆନ ରୀତିନୀତିରେ ଜସ୍ମିନଙ୍କୁ ବିବାହ କରିଥିଲେ। ବିବାହ ପରେ ଜାନୁଆରି ୨୦୧୭ରେ ବାଦଶାହ ଓ ଜସ୍ମିନ ଏକ ଶିଶୁକନ୍ୟାର ମାତାପିତା ହୋଇଥିଲେ। ଏହା ପରେ ୨୦୨୦ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହୋଇଥିଲେ।
ଏହା ପରେ ପରେ ସେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା। କିଛି ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଏବେ ବାଦଶାହ ବିବାହ କରିବେ ବୋଲି ଜଣାପଡ଼ିଛି।
Powered by Froala Editor