୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

୫୦ ଲକ୍ଷ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁଇ ଜଣ ବ୍ୟକ୍ତି। ହତ୍ୟା କରିବା ପରେ ସେମାନେ ନାବାଳକକୁ ପୋଡ଼ି ଦେଇଛନ୍ତି। ଝାରସୁଗୁଡ଼ା ପୁଲିସ୍ ଘଟଣାର ତଦନ୍ତ କରିବା ସହ ସିସିଟିଭି ଓ ଅନ୍ୟାନ୍ୟ ଜିନିଷକୁ ତର୍ଜମା କରି ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀଛକର ଦିନେଶ ଅଗ୍ରଓ୍ବାଲ ।
ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ଅପରାଧୀ ମାନେ ନାବାଳକର ପିତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ଏନେଇ ପରିବାର ଲୋକ ରାତି ପ୍ରାୟ ୯ଟା ବେଳେ ଝାରସୁଗୁଡ଼ା ପୁଲିସ୍ରେ ଅଭିଯୋଗ କରିଥିଲେ। ୫୦ ଲକ୍ଷ ଟଙ୍କା ନମିଳିବାରୁ ୨୮ ତାରିଖ ରାତିରେ ସମର୍ଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଝାରସୁଗୁଡ଼ା ଏସପି ସ୍ମିତ୍ ପରମାର ସୂଚନା ମଧ୍ୟ ଦେଇଛନ୍ତି। ତେବେ ଟଙ୍କା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ନା ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଝାରସୁଗୁଡା ଏସପି ।
Powered by Froala Editor