ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ଜଣଙ୍କ ମୃତ୍ୟୁ
![ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୮ ଜଣଙ୍କ ମୃତ୍ୟୁ](https://odishanewslens.com/news_gallery/20338_1679511381.jpg)
ତାମିଲନାଡୁର କାଞ୍ଚିପୁରମ ଜିଲାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି।
ରିପୋର୍ଟ ଅନୁଯାୟୀ, ବାଣ କାରଖାନାଟି କାଞ୍ଚିପୁରମ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଭାଜାଥୋଥାମରେ ଥିବାବେଳେ ଘଟଣା ସମୟରେ କାରଖାନାରେ ୨୫ ଜଣ ଲୋକ କାମ କରୁଥିଲେ। ତଦନ୍ତ ଜାରି ରହିଛି ବୋଲି ଜିଲାପାଳ ଏମ ଆରତୀ କହିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ।
Powered by Froala Editor