ପ୍ରସୂତି ଓ ନବଜାତ ପାଇଁ ମଶାବତୀ ଧରି ହସ୍ପିଟାଲରେ ପହଞ୍ଚିଲା ପୁଲିସ ଟିମ୍, କାହିଁକି ଜାଣନ୍ତୁ...
ସ୍ତ୍ରୀ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ । ଝିଅଟିଏ ଜନ୍ମ ହୋଇଥିଲା । ହେଲେ ମଶାଙ୍କ ଦାଉ ଏତେ ଥିଲାଯେ, ସ୍ୱାମୀ ସିଧା ପୁଲିସକୁ ଟ୍ୱିଟ କରିଥିଲେ । ପୁଲିସ୍ ମଧ୍ୟ ତୁରନ୍ତ ମଶାଙ୍କ କବଳରୁ ସୁରକ୍ଷା ଯୋଗାଇ ଦେବା ପାଇଁ ପୁଲିସ୍ ମଶାବତୀ ଧରି ହସ୍ପିଟାଲରେ ପହଞ୍ଚିଛି। ଉତ୍ତର ପ୍ରଦେଶ ପୁଲିସ୍ର ଏପରି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ବନିଛି।
ସ୍ୱାମୀ ଜଣଙ୍କ ହେଲେ ଅସଦ ଖାନ। ତାଙ୍କ ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ଚାନ୍ଦୌସି ଠାରେ ଥିବା ହରି ପ୍ରକାଶ ନର୍ସିଂ ହୋମରେ ଆଡମିଟ କରିଥିଲେ। ସେଠାରେ ସେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ମଧ୍ୟ ସେ ହସ୍ପିଟାଲରେ ରହିଛନ୍ତି। କିନ୍ତୁ ହସ୍ପିଟାଲରେ ମଶା କାମୁଡ଼ିବାରୁ ଅସଦ ପୁଲିସ୍ ଠାରୁ ସହଯୋଗ ଲୋଡ଼ିଥିଲେ। ମଶା କାମୁଡ଼ିବା ଦ୍ୱାରା ପତ୍ନୀ ଅଧିକ ଯନ୍ତ୍ରଣା ଅନୁଭବ କରୁଥିବାରୁ ଏହାକୁ ସହ୍ୟ କରି ପାରି ନଥିଲେ ଅସଦ। ଏଥିପାଇଁ ସେ ଟ୍ୱିଟ କରି ୟୁପି ପୁଲିସ୍କୁ ଟ୍ୟାଗ କରିବା ସହ ସହଯୋଗ ଲୋଡ଼ିଥିଲେ। ମୁଖ୍ୟାଳୟର ନିର୍ଦ୍ଦେଶ ପରେ ଗୋଟିଏ ପୁଲିସ୍ ଟିମ କିଛି ମିନିଟ ମଧ୍ୟରେ ମଶାବତୀ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ପୁଲିସ୍ର ଏପରି ଆକ୍ସନକୁ ଦେଖି ଅସଦ ଖୁସି ହେବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
Powered by Froala Editor