୨୦୨୪ ମାର୍ଚ୍ଚ ଯାଏ ବଢିଲା ଆଧାର-ଭୋଟର ଆଇଡି ଲିଙ୍କ ଅବଧି
ଆଧାର ନମ୍ବର ସହ ଭୋଟର ଆଇଡି ଲିଙ୍କର ଶେଷ ତାରିଖ ୨୦୨୩ ଏପ୍ରିଲ ୧ ତାରିଖ ଥିଲା। ତେବେ ଲିଙ୍କର ଅବଧିକୁ କେନ୍ଦ୍ର ସରକାର ୩୧ ମାର୍ଚ୍ଚ ୨୦୨୪କୁ ବୃଦ୍ଧି କରିଛନ୍ତି। ପରବର୍ତ୍ତୀ ତାରିଖ ସମ୍ପର୍କରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି।
ଏଥିପାଇଁ ଅନଲାଇନ୍ରେ ବି ଆବେଦନ କରିହେବ । ଭୋଟରମାନେ ଅନଲାଇନ୍ରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ଗରୁଡ଼, ଏନ୍ଭିଏସ୍ପି, ଭିଏଚ୍ଏ, ଭୋଟର ପୋର୍ଟାଲ ଆଦି ୱେବସାଇଟ ମାଧ୍ୟମରେ ଆଧାର ନମ୍ବର ସଂଯୋଗ କରିପାରିବେ।
ନୂଆ ନିୟମ ଅନୁଯାୟୀ, ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଥିବା ଫର୍ମଗୁଡ଼ିକରେ କେତେକ ସଂଶୋଧନ କରାଯାଇଛି । ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ କେବଳ ଫର୍ମ ନଂ-୬ରେ ଆବେଦନ କରାଯିବ । ପ୍ରବାସୀ ଭାରତୀୟ ନାଗରିକମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬କରେ ଆବେଦନ କରିବେ ।
ଫର୍ମ ନଂ-୭ ଦ୍ୱାରା ଭୋଟର ତାଲିକାରୁ ନାମ ବାଦ୍ ଦେବା ଓ ଏହାସହ ମୃତ୍ୟୁ ପ୍ରମାଣପତ୍ର ସଂଲଗ୍ନ କରାଯାଇ ପାରିବ । ଫର୍ମ ନଂ-୮ରେ ନିର୍ବଚାନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିବା, ଭୋଟର ତାଲିକାରେ ଥିବା ବିବରଣୀଗୁଡ଼ିକର ସଂଶୋଧନ, ଭୋଟର ପରିଚୟପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କୁ ଚିହ୍ନଟ କରିବା ନିମନ୍ତେ ଆବେଦନ କରାଯାଇପାରିବ ।
Powered by Froala Editor