ମାର୍ଚ୍ଚ ୩୧ ଯାଏ ବଢ଼ିଲା ଓଜେଇଇ ଆବେଦନ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ଅନ୍ଲାଇନ ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୦ତାରିଖ ଥିଲା । ହେଲେ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଅନ୍ଲାଇନ୍ ଆବେଦନ ଗ୍ରହଣ କରିବାକୁ ସମୟସୀମା ବୃଦ୍ଧି କରାଯାଇଛି । ଯାହା ମାର୍ଚ୍ଚ ୩୧ତାରିଖ ଦିନ ୧୧ଟା ଯାଏ ରହିଛି । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଓଜେଇଇ ୱେବସାଇଟ୍ www.OJEE.NIC.IN/WWW.ODISHAJEE.COM ରୁ ପାଇପାରିବେ । ଅପରପକ୍ଷେ ଏପ୍ରିଲ ୧ ଓ ୨ ତାରିଖ ଦୁଇ ଦିନ ଆବେଦନକାରୀଙ୍କୁ ଅନ୍ଲାଇନ୍ ଫି ପ୍ରଦାନ କରିପାରିବେ ।
Powered by Froala Editor