ଅବିଶ୍ବନୀୟ ଘଟଣା: ଲେବର ରୁମ୍ରୁ ଗର୍ଭସ୍ଥ ଶିଶୁ ଗାଏବ

ମାଲକାନଗିରି/ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବିଶ୍ବନୀୟ ଘଟଣା ଘଟିଛି। ପ୍ରସବ ପାଇଁ ଡାକ୍ତରଖାନା ପହଞ୍ଚିଥିବା ଜଣେ ମହିଳାଙ୍କ ଲେବର ରୁମ୍ରେ ଗର୍ଭସ୍ଥ ଶିଶୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଯାହାକି, ସମସ୍ତଙ୍କୁ ଚକିତ କରିବା ସହ ସନ୍ଦେହକୁ ମଧ୍ୟ ବଢ଼ାଇଛି।
ସୂଚନା ଅନୁଯାୟୀ, ମାଥିଲି ବ୍ଲକ୍ ଅନ୍ତର୍ଗତ ବିରେନପାଲି ଗ୍ରାମର ବନ୍ଧୁ ପଟିଙ୍କ ପତ୍ନୀ କୌଶଲ୍ୟା ଭୂମିଆ ଗତକାଲି ଅପରାହ୍ନରେ ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ଏ ନେଇ ଗାଁର ଆଶାକର୍ମୀ ଆଶୁମତି ଗୌଡ଼ଙ୍କୁ ଅବଗତ କରାଇବାପରେ ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରସବ ସମୟ ପାଖେଇ ଆସିଥିବାରୁ ତୁରନ୍ତ ଲେବର ରୁମ୍କୁ ନେଇ ଗର୍ଭସ୍ଥ ଶିଶୁର ଅବସ୍ଥିତି ଜାଣିବା ପାଇଁ ଡାକ୍ତର ଅଲ୍ଟ୍ରାସାଉଣ୍ଡ କରିଥିଲେ।
କିନ୍ତୁ, ଯେଉଁ ଚିତ୍ର ଡାକ୍ତର ଦେଖିଲେ ତାହାକୁ ଆଦୌ ବିଶ୍ବାସ କରିପାରି ନଥିଲେ। ତେଣୁ ଅନ୍ୟାନ୍ୟ ପରୀକ୍ଷା କରାଇଥିଲେ ସୁଦ୍ଧା ଗର୍ଭସ୍ଥ ଶିଶୁକୁ ଠାବ କରିପାରିନଥିଲେ। ପରୀକ୍ଷା ରିପୋର୍ଟ ଆଧାରରେ ପରିବାର ଲୋକଙ୍କୁ କୌଶଲ୍ୟା ଗର୍ଭବତୀ ନଥିବା କହିଥିଲେ। ଏଭଳି ଉତ୍ତର ପାଇବେ ବୋଲି କଳ୍ପନା କରିନଥିବା ପରିବାର ଲୋକ ହୋ’ଲ୍ଲା ଆରମ୍ଭ କରିଥିଲେ। ଡାକ୍ତରଖାନାରେ ପିଲାକୁ ଗାଏବ କରାଯାଇଛି ବୋଲି ଅଭିଯୋଗ କରିଥିଲେ।
Powered by Froala Editor