ଅଭଵନୀୟ ଘଟଣା: ପରୀକ୍ଷା ଶେଷ ଦିନରେ ଛାତ୍ରୀଙ୍କ ଆତ୍ମହତ୍ୟା
ଯାଜପୁର: ମାଟ୍ରିକ ପରୀକ୍ଷା ଶେଷ ଦିନରେ ଆତ୍ମହତ୍ୟା କଲେ ପରୀକ୍ଷାର୍ଥୀ । ଏଭଳି ଅଭଵନୀୟ ଘଟଣା ଘଟିଛି ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ ବାମଦେବପୁର ଗ୍ରାମରେ । ମୃତ ଛାତ୍ରୀ ହେଲେ ଦଶରଥପୁର ବ୍ଳକ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଶ୍ମୀବାଳା ପାହିଲ ।
ସୂଚନା ଥାଉକି, ରଶ୍ମୀ ଯାଜପୁର ମ୍ୟୁନିସିପାଲଟି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିଲେ । ଶେଷ ଦୁଇଟି ପରୀକ୍ଷାରେ ତାଙ୍କର ଭଲ ହୋଇ ନଥିବାରୁ ସେ ଚାପରେ ରହୁଥିବା ତାଙ୍କ ପରିବାର ବର୍ଗ ସ୍ପଷ୍ଟ କରିଛନ୍ତି । ରବିବାର ରାତିରେ ତାଙ୍କ ଘରେ ନିଜ ଓଢଣୀରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
Powered by Froala Editor