କ୍ରିକେଟ ଖେଳୁଥିବାବେଳେ ଟଳିପଡ଼ିଲେ ୪୫ ବର୍ଷୀୟ ବ୍ୟକ୍ତି
![କ୍ରିକେଟ ଖେଳୁଥିବାବେଳେ ଟଳିପଡ଼ିଲେ ୪୫ ବର୍ଷୀୟ ବ୍ୟକ୍ତି](https://odishanewslens.com/news_gallery/20267_1679248509.jpg)
ଗୁଜରାଟର ରାଜକୋଟରେ କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ହେଲା ଯୁବକଙ୍କ ମୃତ୍ୟୁ ଘଟିଛି। ରବିବାର ଦିନ ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତି ଜଣକ ଶାସ୍ତ୍ରୀ ମଇଦାନରେ ନିଜ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲେ। ଏହି ସମୟରେ ହଠାତ୍ ସେ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ସୂଚନା ମୁତାବକ, ମୃତ ବ୍ୟକ୍ତିଙ୍କ ନାଁ ମୟୂର । ସେ ଖେଳୁଥିବା ବେଳେ ଟିକେ ଡରି ଯାଇଥିଲ। ଏହା ପରେ ସେ ସଙ୍ଗେ ସଙ୍ଗେ ତଳେ ବସିପଡ଼ିବା ସହ ଓଲଟି ପଡ଼ିଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୟୂରଙ୍କ ପଡୋଶୀଙ୍କ ପକ୍ଷରୁ କୁହାଯାଇଛି ଯେ, ସେ ହିଁ ଘର ଚଳାଉଥିଲେ। ତାଙ୍କର କୌଣସି ଖରାପ ଅଭ୍ୟାସ ନଥିଲା। ଏବେ ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି। ଏହି ଘଟଣାକୁ ମିଶାଇ ଗୁଜରାଟରେ ଗତ ୪୫ଦିନ ମଧ୍ୟରେ ହୃଦଘାତରେ ୮ଜଣଙ୍କ ଜୀବନ ଗଲାଣି।
Powered by Froala Editor