ରୀନାଙ୍କୁ ମନେପକାଇଲେ ମୋହସିନ୍, କହିଲେ ବିବାହ ପୂର୍ବରୁ ସେ କିଏ ମୁଁ ଜାଣିନଥିଲି
୯୦ ଦଶକର ଅଭିନେତ୍ରୀ ରୀନା ରାୟଙ୍କୁ ସମସ୍ତେ ଭଲ ଭାବେ ଜାଣିଥିଲେ । ତାଙ୍କ ଅଭିନୟର ଯାଦୁ ସେତେବେଳେ କମ୍ ନଥିଲା । ହେଲେ ନିକଟରେ ପାକିସ୍ତାନର ପୂର୍ବତନ କ୍ରିକେଟର ମୋହସିନ୍ ଖାନ୍ ରୀନା ରାୟଙ୍କ ସହ ତାଙ୍କର ବିବାହ ଓ ଛାଡ଼ପତ୍ର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରୀନାଙ୍କୁ ବିବାହ ପୂର୍ବରୁ ଅଭିନେତ୍ରୀ ଜଣକ କିଏ, ସେ କେଉଁଠୁ ଆସିଛନ୍ତି ତାହା ସେ ଜାଣି ନଥିଲେ ଏବଂ ଅଭିନେତ୍ରୀଙ୍କର କୌଣସି ବି ଚଳଚ୍ଚିତ୍ର ସେ ଦେଖି ନଥିଲେ ବୋଲି କହିଛନ୍ତି ମୋହସୀନ୍।
ପାକିସ୍ତାନର ପୂର୍ବତନ କ୍ରିକେଟର ମୋହସିନ୍ ଖାନ୍ ୧୯୮୩ ରୀନା ରୟଙ୍କୁ ବିବାହ କରିଥିଲେ । ବିବାହ ପରେ ରୀନା ଅଭିନୟ ଜଗତକୁ ବିଦାୟ ନେଇଥିଲେ । ଏହାପରେ ଦୁହିଁଙ୍କର ଝିଅ ସନମ୍ ଜନ୍ମ ହୋଇଥିଲା। ବିବାହ ବିଚ୍ଛେଦ ପରେ ମୋହସିନ୍ ଓ ତାଙ୍କ ଝିଅଙ୍କ ମଧ୍ୟରେ ଏବେ ବି ଭଲ ସମ୍ପର୍କ ରହିଛି । ମୋହସିନ୍ ଖାନ୍ କହିଛନ୍ତି, ''ମୁଁ ଇଂଲଣ୍ଡରେ ଖେଳିବାକୁ ଚାଁହୁଥିଲେ ମଧ୍ୟ ରୀନାଙ୍କୁ ବିବାହ କରି ପାକିସ୍ତାନରେ ରହିବାକୁ ଚାହୁଁଥିଲି।'' କିନ୍ତୁ ରୀନାଙ୍କୁ ଇଂଲଣ୍ଡରେ ରହିବା ପାଇଁ ମୋହସିନ୍ କହିବାରୁ ସେ ମନା କରିଦେଇଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଦୂରତା ବଢ଼ିଥିଲା।
Powered by Froala Editor