ବଡ଼ ଘୋଷଣା କଲେ ଗେହଲେଟ୍ : ରାଜସ୍ଥାନରେ ଜିଲ୍ଲା ସଂଖ୍ୟା ହେବ ୫୨
![ବଡ଼ ଘୋଷଣା କଲେ ଗେହଲେଟ୍ : ରାଜସ୍ଥାନରେ ଜିଲ୍ଲା ସଂଖ୍ୟା ହେବ ୫୨](https://odishanewslens.com/news_gallery/20219_1679075161.jpg)
ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୧୯ଟି ନୂଆ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ରାଜସ୍ଥାନରେ ୩୩ଟି ଜିଲ୍ଲା ଥିଲା, କିନ୍ତୁ ଏହି ଘୋଷଣା ପରେ ଏବେ ଜିଲ୍ଲା ସଂଖ୍ୟା ୫୨କୁ ବୃଦ୍ଧି ପାଇବ।
୧୯ଟି ନୂଆ ଜିଲ୍ଲା ମଧ୍ୟରେ ଅନୁପଗଡ଼, ବାଲୋତ୍ରା, ବେୱାର, ଦିଗ, ଡୁଡୁ, ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଯୋଧପୁର ପୂର୍ବ, ଯୋଧପୁର ପଶ୍ଚିମ, ଗଙ୍ଗାପୁର ସିଟି, କେକ୍ରି, କୋଟପୁଟଲି, ଖଇରତାଲ, ବେହରୋର, ନିମକାଥାନା, ସାନଚୋର, ଫାଲୋଡି, ସାଲୁମ୍ବର, ଶାହପୁରା ରହିଛି ।
ବିଧାନସଭାରେ ଏହା ଘୋଷଣା କରି ସିଏମ୍ ଅଶୋକ ଗେହଲୋଟ କହିଛନ୍ତି, ଦୀର୍ଘ ଦିନ ଧରି ରାଜ୍ୟରେ କିଛି ନୂତନ ଜିଲା ଗଠନ ପାଇଁ ଦାବି ଗ୍ରହଣ କରୁଥିଲୁ। ଏହି ପ୍ରସ୍ତାବଗୁଡ଼ିକୁ ପରୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଆମେ ଅନ୍ତିମ ରିପୋର୍ଟ ପାଇଛୁ। ଉକ୍ତ ରିପୋର୍ଟ ପରେ ରାଜ୍ୟରେ ନୂଆ ଜିଲା ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।
Powered by Froala Editor