ରାଜ୍ୟ ସାରା ଏମିତି ରହିବ ମେଘୁଆ ପାଗ
ଭୁବନେଶ୍ୱର: ଏମିତି ରହିବ ପାଗ । ଆଉ ୨-୩ ଦିନ ମେଘୁଆ ପାଗ ରହିବ । ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ତେବେ ଅନେକ ସ୍ଥାନରେ ଦିନ ତାପମାତ୍ରା ଆସନ୍ତା ଦୁଇଦିନ ଭିତରେ ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗୁରୁବାର କେତେକ ଜାଗାରେ ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ଦିନରେ ୩୬ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ହାଲୁକା ବର୍ଷା ହୋଇଛି ।
ରାଜ୍ୟ ସାରା ପାଗ କୋହଲା ଓ ମେଘୁଆ ରହିଛି । ଅନୁମାନ କରାଯାଉଛି, ଆସନ୍ତା ୩ ଦିନ ପର୍ୟ୍ୟନ୍ତ ଏଭଳି ପାଗ ରହିବ । ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୪ ଡିଗ୍ରୀ କମିଯିବ । ଶୁକ୍ରବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ଜାଗାରେ କାଳବୈଶାଖୀ ପ୍ରଭାବରେ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ ।
Powered by Froala Editor