ବାହାରେ ଫଳକ ଲାଗିଥିଲା ‘ସାଇ ସେବା ଟ୍ରଷ୍ଟ’, ହେଲେ ଭିତରେ ଚାଲିଥିଲା ସେକ୍ସ ର୍ୟାକେଟ୍

ଭୁବନେଶ୍ୱର: ସ୍ଥାନୀୟ ନାଗେଶ୍ୱର ଟାଙ୍ଗି ଅଞ୍ଚଳରେ ଥିବା ଏକ କୋଠା ବାହାରେ ଫଳକ ଲାଗିଥିଲା ‘ସାଇ ସେବା ଟ୍ରଷ୍ଟ’ । ହେଲେ ଭିତରେ ଚାଲିଥିଲା ଦେହ ବ୍ୟବସାୟ । ସେଠାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍ ଚଢ଼ଉ କରି ଦଲାଲ ନରେଶ କୁମାର ରଣା, ଗ୍ରାହକ ରାଜ୍ କିଶୋର ସହୁ ଓ ସୁଶାନ୍ତ ପ୍ରଧାନକୁ ଗିରଫ କରିବା ସହ ରୂପଜୀବୀଙ୍କୁ ଧରିଛି । ସେମାନଙ୍କ ଠାରୁ ୭ଟି ମୋବାଇଲ, ୩ଟି ବାଇକ୍, ୭ ହଜାର ଟଙ୍କା ଓ କଣ୍ଡୋମ ଜବତ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ କହିଛି ।
ନାଗେଶ୍ୱରଟାଙ୍ଗୀରେ ଥିବା ଏହି ତଥାକଥିତ ସାଇ ସେବା ଟ୍ରଷ୍ଟ ଘରେ ଦୀର୍ଘ ଦିନ ହେବ ସେକ୍ସ ର୍ୟାକେଟ୍ ଚାଲୁଥିଲା । ନରେଶ ପଶ୍ଚିମବଙ୍ଗରୁ ଯୁବତୀ ଆଣି ଏଠାରେ ବେପାର କରୁଥିଲା । ଗ୍ରାହକ ପିଛା ୧ ହଜାର ଟଙ୍କାରୁ ଆରମ୍ଭ କରି ସାଢ଼େ ୩ ହଜାର ଟଙ୍କା ପର୍ୟ୍ୟନ୍ତ ଦର ନେଉଥିଲା । ଏହାଛଡ଼ା ଗ୍ରାହକଙ୍କୁ ହୋମ୍ ଡେଲିଭରୀ ମଧ୍ୟ ଦେଉଥିଲା ଦଲାଲ ନରେଶ । ଦୁଇ ମହଲା ବିଶିଷ୍ଟ ଏହି ଘରେ ପ୍ରତିଦିନ ଦାମୀ ଗାଡ଼ି ଲାଗିବା ସହ ଭିଡ଼ ମଧ୍ୟ ରହୁଥିଲା । ବିଳମ୍ବିତ ରାତି ପର୍ୟ୍ୟନ୍ତ ଜମୁଥିଲା ଆଡ୍ଡା । ଏ ବିଷୟରେ ପୁଲିସ୍ ପାଖରେ କିଛି ଖବର ନଥିଲା । ସ୍ଥାନୀୟ ଲୋକ ଏ ବିଷୟରେ ଜାଣିବା ପରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ୍କୁ କହିଥିଲେ ।
Powered by Froala Editor