ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା
କେନ୍ଦ୍ରପଡ଼ା:କେନ୍ଦ୍ରପଡ଼ା ଜିଲ୍ଲାରେ ସ୍ତ୍ରୀକୁ ସ୍ୱାମୀ ଶାବଳରେ ପିଟି ମାରିଦେଇ ଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କମଳା ଓଝା। ପୁଲିସ ସ୍ୱାମୀ ଅଜୟ ଓଝାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଗତକାଲି କମଳା ଘରେ ଶୋଇଥିଲେ। ଏହି ସମୟରେ ଅଜୟ ଏକଶାବଳ ଆଣି ତାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ଘଟଣାସ୍ଥଳରେ କମଳାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ପଡ଼ୋଶୀ କମଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅଜୟ ମାନସିକ ବିକୃତି ଥିବା ଜଣାଯାଇଛି।
Powered by Froala Editor