ଜଗନ୍ନାଥ ମନ୍ଦିରରୁ ଲୁଟିନେଲେ ମୁକୁଟ, ହୁଣ୍ଡି ବାକ୍ସ
ଲକଡାଉନ୍ ରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଜଗନ୍ନାଥ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତ ରୁପା ମୁକୁଟ, ହୁଣ୍ଡି ବାକ୍ସରୁ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ହୁଣ୍ଡି ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ନେଇ ରାସ୍ତାକଡ଼କୁ ବାକ୍ସ ପକାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ରାତିରେ ଆଳତି ପରେ ଗେଟ ତାଲା ପକାଇ ଘରକୁ ଫେରିଯାଇଥିଲେ ପୂଜକ । ସକାଳୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିରର ମୁଖ୍ୟ ଫାଟକରେ ପକାଯାଇଥିବା ତାଲା ତାଲା ଭାଙ୍ଗିଯାଇଛି । ଏହା ପରେ ସଙ୍ଗେସଙ୍ଗେ ବାଲିଚନ୍ଦ୍ରପୁର ପୋଲିସକୁ ଜଣାଇବା ସହ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧନୀ କୁକୁର ବୁଲାଇ ଘଟଣାର ଅଧିକ ତଦନ୍ତ ଚଳାଇଛି ।
Powered by Froala Editor