ଜଙ୍ଗଲ ନିଆଁ ଲିଭାଉଥିଲା ବନବିଭାଗ ଟିମ୍, ଏପଟେ ଜିପ୍ ଜଳିଗଲା
ଓଡ଼ିଶାର ପ୍ରାୟ ଜଙ୍ଗଲ ଏବେ ଜଳୁଛି । ବନବିଭାଗ ନିଆଁ ଲିଭାଇବାକୁ ସଚେତନ କରୁଛି । ତାସତ୍ତ୍ୱେ ସବୁ ଚେଷ୍ଟା ବିଫଳ । ଜଙ୍ଗଲ ନିଆଁରେ ଏବେ ଓଡ଼ିଶା ପ୍ରଥମେ ରହିଛି । ତେବେ ନିଆଁ ଲିଭାଇବାକୁ ଯାଇଥିବା ବନବିଭାଗର ଏକ ଜିପ୍ ଆଜି ଜଳିଯାଇଛି । ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଭବାନୀପୁର ଜଙ୍ଗଲରେ ମଙ୍ଗଳବାର ନିଆଁ ଲାଗିଥିଲା।
ଖବରପାଇ ବନ ବିଭାଗର ଏକ ୬ ଜଣିଆ ଟିମ୍ ଜଙ୍ଗଲରେ ପହଞ୍ଚିଥିଲେ। ସେମାନେ ଗାଡ଼ି ଜଙ୍ଗଲ ପାର୍ଶ୍ୱରେ ରଖି ନିଆଁ ଲିଭାଇବାକୁ ଯାଇଥିଲେ। ନିଆଁ ଲିଭାଇବା ପାଇଁ ସେମାନେ ଜଙ୍ଗଲ ଭିତରେ ପ୍ରାୟ ୫ କିମି ପର୍ଯ୍ୟନ୍ତ ଚାଲଥିଲେ। ଏହି ସମୟରେ ଜିପ୍ ଜଳୁଛି ବୋଲି ସେମାନେ ଖବରପାଇ ପଳାଇ ଆସିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଜିପ୍ଟି ଜଙ୍ଗଲ ନିଆଁରେ ଜଳିଛି ନା କିଏ ନିଆଁ ଲଗାଇ ଦେଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
Powered by Froala Editor