ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ, ମହିଲେ ‘ବାପାଙ୍କ ଭୟରେ ମୁଁ ଲୁଚୁଥିଲି’
ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ସ୍ୱାତୀ ମାଲିବାଲ ପିଲାବେଳେ ସେ ନିଜ ବାପାଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପ୍ରକାଶ କରିଛନ୍ତି। ଶନିବାର ମହିଳା ଆୟୋଗ ପକ୍ଷରୁ ଆୟୋଜିତ ଏକ ପୁରସ୍କାର ସମାରୋହରେ ସ୍ୱାତୀ ମାଲିବାଲ ନିଜ ଉପରେ ବିତିଥିବା କଥା କହିଥିଲେ । ସେ ଯେବେ ପିଲା ଥିଲେ ତାଙ୍କ ପିତା ତାଙ୍କୁ ମାରପିଟ କରୁଥିଲେ, ତାଙ୍କର ଯୌନ ଉତ୍ପୀଡ଼ନ କରିଥିଲେ । ତାଙ୍କ ପିତା ଯେବେ ଘର ଆସୁଥିଲେ ସେ ଭୟରେ ଖଟ ତଳେ ଲୁଚି ଯାଉଥିଲେ । ସେ 4 କ୍ଲାସ ଯାଏ ବାପାଙ୍କ ସହ ରହିଥିଲେ । ଯିଏ ଅତ୍ୟାଚାର ସହିଥାଏ ସେ ଅନ୍ୟର ଦୁଃଖ ବୁଝିପାରିଥାଏ ବୋଲି ସ୍ୱାତୀ କହିଥିଲେ ।
ତାଙ୍କର ହୃଦୟର ବ୍ୟଥା ବଖାଣି ସେ କହିଛନ୍ତି, ମୋର ମନେ ଅଛି, ଯେତେବେଳେ ସେ ମୋତେ ମାରିବାକୁ ଆସୁଥିଲେ, ସେ ମୋ କେଶକୁ ଧରି କାନ୍ଥରେ ଜୋରରେ ପିଟି ଦେଉଥିଲେ। ମୋ ମୁଣ୍ଡରେ କ୍ଷତ ହୋଇ ସେଥିରୁ ରକ୍ତ ବାହାରୁଥିଲା। ବହୁତ ଯନ୍ତ୍ରଣା ହେଉଥିଲା।
ମୁଁ ବିଶ୍ୱାସ କରେ ଯେ ଯେତେବେଳେ ଜଣେ ବ୍ୟକ୍ତି ବହୁତ ଯନ୍ତ୍ରଣା ଭୋଗନ୍ତି ସେତେବେଳେ କେବଳ ସେ ହିଁ ଅନ୍ୟମାନଙ୍କ ଯନ୍ତ୍ରଣା ବୁଝିପାରନ୍ତି। କେବଳ ସେତେବେଳେ ତାଙ୍କ ଭିତରେ ଏପରି ମନୋବୃତି ଜାଗ୍ରତ ହୁଏ, ଯାହାଫଳରେ ସେ ପୁରା ସିଷ୍ଟମକୁ ବଦଳାଇ ଦେଇ ପାରିଥାନ୍ତି।
Powered by Froala Editor