ସମସ୍ତଙ୍କୁ କାବା କଲେ ଜିନତ : ୭୧ ବର୍ଷରେ ର଼୍ୟାମ୍ପ ୱାକ୍
୯୦ ଦଶକର ଖୁବ୍ କମ୍ ହିରୋଇନ ଏବେ ସକ୍ରିୟ ଅଛନ୍ତି । କେବେ କେମିତି ସେମାନଙ୍କୁ ଲାଇମଲାଇଟରେ ଦେଖିବାକୁ ମିଳୁଛି । ହେଲେ ୯୦ ଦଶକର ଭେଟେରାନ ଅଭିନେତ୍ରୀ ଜିନତ ଅମାନ ୭୧ ବର୍ଷ ବୟସରେ କମାଲ କରି ଦେଖାଇଛନ୍ତି । ଜିନତ ଅମାନ ଲାକ୍ମୀ ଫ୍ୟାଶନ ଓ୍ବିକ୍-୨୦୨୩ରେ ସେ ଡିଜାଇନର ଶାହିନ ମେନନଙ୍କ ଶୋ' ଟପ୍ପର ଥିଲେ। ସେ ର଼୍ୟାମ୍ପଙ୍କୁ ଓହ୍ଲାଇବା ବେଳେ ସମସ୍ତେ ତାଙ୍କ ଆତ୍ମବିଶ୍ୱାସ ଦେଖି ଅବାକ ହୋଇ କରତାଳି ଦେଇଥିଲେ। ଏବେ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ଲାକ୍ମୀ ଫ୍ୟାଶନ ଓ୍ବିକ୍ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ଜିନତ ଲାଲ ଏବଂ କଳା ରଙ୍ଗର ପ୍ରିଣ୍ଟେଡ୍ ଶୁଟ୍ ପିନ୍ଧିଥିବା ଦେଖାଯାଇଛି। କଳା ରଙ୍ଗର ସନ୍ଗ୍ଲାସ ସହ ସେ ନିଜର ଲୁକ୍କୁ କମ୍ପ୍ଲିଟ୍ କରିଛନ୍ତି।
ଜିନତ ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୭୦ରେ ଫେମିନା ମିସ୍ ଇଣ୍ଡିଆ ଏବଂ ମିସ୍ ଏସିଆ ପେସିଫିକ୍ ଇଣ୍ଟରନ୍ୟାଶନାଲରେ ଭାଗ ନେଇଥିଲେ। ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା। ସେ ୧୯୭୦ରେ ମଧ୍ୟ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଜିନତ ନିଜ ସମୟରେ ବୋଲ୍ଡ ପୋଷାକ ପିନ୍ଧିବାର ଟ୍ରେଣ୍ଡ ଆରମ୍ଭ କରିଥିଲେ।
Powered by Froala Editor