ଡିଏ ବୃଦ୍ଧି ନେଇ ଏହା କହିଲେ ମମତା
ନୂଆଦିଲ୍ଲୀ: ଯଦି ଆନ୍ଦୋଳନ କରୁଛ କର। ହେଲେ ଡିଏ ବଢାଇବା ଦାବି ଭୁଲିଯାଅ। ରାଜ୍ୟ ସରକାରଙ୍କ ପାଖରେ ଏତେ ରାଜସ୍ୱ ନାହିଁ। ଏପରିକି ତାଙ୍କ ମୁଣ୍ଡ କାଟିଦେଲେ ବି ଡିଏ ଅର୍ଥାତ୍ ମହଙ୍ଗା ଭତ୍ତା ବଢାଇବେନି ବୋଲି ସରକାରୀ କର୍ମଚାରୀଙ୍କୁ ସଫା ସଫା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
କେନ୍ଦ୍ର ସରକାର ଦେଉଥିବା ମହଙ୍ଗା ଭତ୍ତା ସହ ସମାନ ଡିଏ ଦାବି କରି ଆନ୍ଦୋଳନରେ ବସିଛନ୍ତି ପଶ୍ଚିମବଙ୍ଗ ସରକାରୀ କର୍ମଚାରୀ। ଲଗାତର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେବେ ମମତା ବାନାର୍ଜୀ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ବିରୋଧୀଙ୍କ ସମର୍ଥିତ ପ୍ରଦର୍ଶନ କହି ଅସନ୍ତୋଷ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗର ସଂଗ୍ରାମୀ ଯୋଦ୍ଧା ମଂଚ ସମେତ ଅନେକ କର୍ମଚାରୀ ସଂଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଏହାକୁ ନେଇ ବିଧାନସଭାରେ ବି ଘମାଘୋଟ ଆଲୋଚନା ହୋଇଛି।
ଗୃହରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ମମତା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବେତନ ମଧ୍ୟରେ ଥିବା ଅନ୍ତରକୁ ଦର୍ଶାଇଛନ୍ତି। ଟିଏମସି ସରକାର ନିଜ କର୍ମଚାରୀଙ୍କୁ ପୂର୍ବରୁ ହିଁ ୧୦୫ ପ୍ରତିଶତ ଡିଏ ଦେଉଥିବା କହିଛନ୍ତି ମମତା।
Powered by Froala Editor