ଦେଶରେ ଧିରେ ଧିରେ ଥମୁଛି କରୋନାର ଦ୍ୱିତୀୟ ଲହର
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଧିରେ ଧିରେ ଥମୁଥିବା ଦେଖିବାକୁ ମିଳିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଦ୍ରୁତ ଗତିରେ କମିବା ଆରମ୍ଭ ହୋଇଯାଇଛି । ତେବେ ଦେଶରେ ମୃତ୍ୟୁ ସଂଖ୍ୟା ଏବେବି ଚିନ୍ତାଜନକ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୨,୪୦,୮୪୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି କିଛି ଦିନର ବ୍ୟବଧାନ ପରେ କରୋନା ମୃତ୍ୟୁ ୪ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୭୪୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟରେ ଦର୍ଶାଯାଇଛି ।
କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨,୬୫,୩୦,୧୩୨ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାର ଆକ୍ଟିଭ୍ ମାମଲାରେ ୧.୧୮ ଲକ୍ଷ ହ୍ରାସ ପାଇଛି ଏବଂ ଏବେ ଦେଶରେ ୨୮,୦୫,୩୯୯ ଆକ୍ଟିଭ୍ ମାମଲା ରହିଛି। ଗତ ୧୫ ଦିନ ତଳେ ଦେଶରେ ଆକ୍ଟିଭ୍ ମାମଲା ୩୮ଲକ୍ଷରୁ ଉପରେ ଥିଲା।
Powered by Froala Editor