୫ ପିଲାଙ୍କୁ ମାରିଥିବା ମା’ ମାଗିଲା ଇଚ୍ଛାମୃତ୍ୟୁ

ବେଲିଜୟମରେ ନିଜର ୫ଟି ଶିଶୁକୁ ହତ୍ୟା କରିଥିବା ମାଆ ଜେନିୱିଭ ହରମିଟକୁ ଇଚ୍ଛାମୃତ୍ୟୁ ଦଣ୍ଡ ପ୍ରଦାନ କରାଯାଇଛି । ଫେବୃୟାରୀ ୨୮ରେ ଜେନିୱିଭ ହରମିଟ କୋର୍ଟଙ୍କୁ ଇଚ୍ଛା ମୃତ୍ୟୁ ମାଗିଥିଲେ । କୋର୍ଟଙ୍କ ଅନୁମତି ପରେ ବୁଧବାର ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ପରିବାରଙ୍କୁ ପ୍ରଦାନ କରାଯାଇଥିଲା ।
୨୮ ଫେବୃୟାରୀ ୨୦୦୭ରେ ଜେନିୱିଭ ହରମିଟ ରୋଷେଇ ଘରେ ବ୍ୟବହୃତ ଛୁରୀରେ ୫ଜଣଙ୍କୁ ହତ୍ୟା କରିଥିଲେ । ସେ ନିଜେ ଆତ୍ମହତ୍ୟା କରିବା ଉଦ୍ୟମ କରିଥିଲେ ବଂଚି ଯାଇଥିଲେ । କୋର୍ଟ ତାଙ୍କୁ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । ବିବାହ ପରେ ପିଲାମାନଙ୍କ ସହ ସେ ନିଜକୁ ଫସି ଯାଇଥିବା ଅନୁଭବ କରିଥିଲେ । ସେ ଏକ ମୁକ୍ତ ଜୀବନ ଆଶାରେ ଏ ଭଳି ଜଘନ୍ୟ କାଣ୍ଡ ରଚିଥିଲେ । ହତ୍ୟା ପରେ କୋର୍ଟର ଶୁଣାଣୀ ସମୟରେ ହରମିଟଙ୍କ ଓକିଲ ତାଙ୍କୁ ମନୋରୋଗୀ ଭାବେ ପ୍ରମାଣିତ କରିଥିଲେ ।
Powered by Froala Editor