ଚିନ୍ତା ବଢ଼ିଲା: ଦ୍ୱିତୀୟ ଲହରରେ ୪୨୦ ଡାକ୍ତର ମୃତ୍ୟୁ ହୋଇସାରିଲାଣି, ଦିଲ୍ଲୀରେ ସର୍ବାଧିକ

ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ଦେଇଛି ସାଘଂତିକ ସୂଚନା । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଭାରତରେ ୪୨୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇହୋଇଥିବା ସୂଚନା ମିଳିଛି । ଦିଲ୍ଲୀରେ ସର୍ବାଧିକ ୧୦୦ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ବିହାର ୯୬, ଉତ୍ତରପ୍ରଦେଶରେ ୪୧, ଆନ୍ଧ୍ରପ୍ରଦେଶରେ ୨୬, ଆସାମରେ ୩, ଗୁଜୁରାଟରେ ୩୧,ଗୋଆରେ ୨,ହରିଆଣାରେ ୨, ମହାରାଷ୍ଟ୍ରରେ ୧୫,ମଧ୍ୟପ୍ରଦେଶରେ ୧୩ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏହାସହ ସବୁଠାରୁ କମ୍ ପଞ୍ଜାବ ଓ ପୁଡୁଚେରୀରେ କେବଳ ଜଣେ ଲେଖାଏଁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ସୂଚନା ପରେ ଚିନ୍ତା ବଢିଛି । ତେଣୁ ତୃତୀୟ ଲହର ପାଇଁ ଏବେଠୁ ସଜାଗ ରହିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Powered by Froala Editor