କୋରାପୁଟର ବୈଦ୍ୟ ଯିବେ ଆମେରିକା, ଜାଣନ୍ତୁ ତାଙ୍କ ବିଷୟରେ...
ଅଷ୍ଟମ ଯାଏ ପାଠ ପଢିଛନ୍ତି କୋରାପୁଟ ସେମିଲିଗୁଡା ବ୍ଳକ୍ ତେନ୍ତୁଳିଗୁଡା ଗାଁର ହରି ପାଙ୍ଗି । ହେଲେ ସେ ଜାଣିଛନ୍ତି ଜଟିଳରୁ ଜଟିଳ ରୋଗର ଚିକିତ୍ସା । କୌଣସି ଡିଗ୍ରୀ ହାତରେ ନାହିଁ । ଖାଲି ବାପା ଶିଖେଇଥିବା କଥାକୁ ଅନୁସରଣ କରି ଆଜି ପାଲଟିଛନ୍ତି ପୋଖତ ବୈଦ୍ୟ । ଏଥିପାଇଁ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରୁ ଡାକରା ଆସିଛି । ମାର୍ଚ୍ଚ ମାସରେ ହରି ୱାସିଂଟନ୍ରେ ଆୟୋଜିତ ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରସିପ୍ କାର୍ଯ୍ୟକ୍ରମରେ ଯୋଗଦେବ। ବିଶ୍ୱ ଦରବାର ଆଗରେ କୋରାପୁଟର ଆୟୁର୍ବେଦିକ ଔଷଧ ଓ ପରିବେଶ ସନ୍ତୁଳନ ଉପରେ ଭାଷଣ ଦେବେ। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି।
ସୂଚନା ଅନୁସାରେ ହରି ପାଙ୍ଗି ବାପାଙ୍କ ପେଶାକୁ ଆପଣାଇ ନେଇଛନ୍ତି। ନିଜ ଗାଁରେ ସେ ଖୋଲିଛନ୍ତି ଆୟୁର୍ବେଦିକ ଡାକ୍ତରଖାନା। ତାଙ୍କ ପାଖକୁ ଚିକିତ୍ସା ପାଇଁ ଓଡ଼ିଶା ସମେତ ଛତିଶଗଡ଼, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରୁ ବହୁ ରୋଗୀ ଆସୁଛନ୍ତି। ହାର୍ଟ ଆଟାକ, ବ୍ଲଡ୍ ପ୍ରେସର, ସିକଲସେଲ୍ ସ୍ନାୟୁ ରୋଗ, ମହିଳାଙ୍କ ଋତୁସ୍ରାବ ସମସ୍ୟା, ଥାଇରଏଡ୍, କିଡନୀ ସମସ୍ୟା ଭଳି ୧୦୫ ପ୍ରକାର ରୋଗ ସେ ଔଷଧ ଦେଉଛନ୍ତି। ରୋଗ ଭଲ ହେଉଛି।
ସେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗୁଜରାଟରେ ଆୟୋଜିତ କର୍ମଶାଳାରେ ଯୋଗଦେଇଥିଲେ। କୋରାପୁଟ ଅଞ୍ଚଳରେ ଥିବା ଔଷଧିୟ ବୃକ୍ଷ ଓ ଗୁଳ୍ମ ଲତା ଉପରେ ସେ କର୍ମଶାଳାରେ ତଥ୍ୟ ଉପସ୍ଥାପନ ରଖି ରାଜ୍ୟ ପାଇଁ ଗୌରବ ଆଣିଥିଲେ।
Powered by Froala Editor