ମୁହାଁମୁହିଁ ଧକ୍କା ହେଲା ପିକଅପ୍ ଭ୍ୟାନ୍ ଓ ଟ୍ରକ୍, ଗଲା ୧୧ ଜୀବନ
ନୂଆଦିଲ୍ଲୀ: ପିକଅପ୍ ଭ୍ୟାନ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଗଲା ୧୧ ଜୀବନ । ଏହାସହ ଅନେକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଛତିଶଗଡର ବାଲୋଦା ବଜାର-ଭାଟାପଡ଼ା ଜିଲ୍ଲାରେ । ଗୁରୁବାର ରାତିରେ ଏକ ପିକଅପ୍ ଗାଡ଼ି ଯାତ୍ରୀଙ୍କୁ ନେଇ ଆସୁଥିବାବେଳେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପୁରା ପରିବେଶ ଚିତକାରରେ ଫାଟିପଡୁଥିଲା ।
ସୂଚନା ଅନୁଯାୟୀ, ମୃତକମାନେ ହେଉଛନ୍ତି ସିମ୍ମା ଖିଲୋରା ଗ୍ରାମର । ସେମାନେ ଅର୍ଜୁନୀ ଅଞ୍ଚଳରେ ଏକ ପାରିବାରିକ କାର୍ୟ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିଲେ।
Powered by Froala Editor