ବାମରା ରେଳ ଷ୍ଟେସନରେ ଉତ୍ତେଜନା, ଷ୍ଟେସନ ମାଷ୍ଟରଙ୍କୁ ଅଫିସରୁ ବାହାର କରି ପକାଇଦେଲେ ତାଲା

ଝାରସୁଗୁଡା : ବାମରା ରେଳ ଷ୍ଟେସନରେ ଉତ୍ତେଜନା । ବାମରା ଷ୍ଟେସନରେ ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣୀ ବାତିଲକୁ ନେଇ ଉତ୍ତେଜନା । ଷ୍ଟେସନ ମାଷ୍ଟରଙ୍କୁ ଅଫିସରୁ ବାହାର କରି ଅଫିସରେ ତାଲା ପକାଇଦେଲେ ଉତ୍ତ୍ୟକ୍ତ ଲୋକେ । ସିଗ୍ନାଲ ରୁମରେ ବି ତାଲା ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ସିଗ୍ନାଲ ନଥିବାରୁ ଆଜାଦ ହିନ୍ଦ୍ ଏକପ୍ରେସ ବାମରା ରେ ଅଟକି ରହିଛି । ଅନ୍ୟ ସମସ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ବି ଅଟକିଛି । ବୁଧବାର ବାମରା ଷ୍ଟେସନରେ ବିଭିନ୍ନ ଟ୍ରେନ ରହଣୀ ଦାବିରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ ।
ପ୍ରାୟ ୧୦ ଘଣ୍ଟା ଧରି ଆନ୍ଦୋଳନରେ ବସିଥିଲେ ଆନ୍ଦୋଳନକାରୀ । ବୁଧବାର ରାତିରେ ଝାଡଖଣ୍ଡ ଡିଆରଏମ ସମସ୍ତ ଯାତ୍ରୀବାହି ଦ୍ରୁତଗାମୀ ଟ୍ରେନ ରହଣୀ ପ୍ରତ୍ୟାହାର କରିନେବା ପରେ ଉତ୍ତେଜନା ଦେଖାଗେଇଛି ।
Powered by Froala Editor