ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ପ୍ୟାକେଟ୍ ଫ୍ରୁଟ୍ ଜୁସ୍

ତଟକା ଫଳ ଖାଇବା ଶରୀର ପାଇଁ ହିତକର। ସେହିପରି ଏହାର ରସ ବା ଜୁସ୍ ପିଇବା ମଧ୍ୟ ଲାଭକାରୀ ହୋଇଥାଏ। କିନ୍ତୁ ବ୍ୟସ୍ତବହୁଳ ଜୀବନରେ ଏହାକୁ ଘରେ ପ୍ରସ୍ତୁତ କରିବା ଅପେକ୍ଷା ଅଧିକାଂଶ ମାର୍କେଟ୍ରେ ମିଳୁଥିବା ପ୍ୟାକେଟ୍ ଜୁସ୍ ପିଉଥିବା ଦେଖିବାକୁ ମିଳିଥାଏ। ହେଲେ ଆପଣ ଜାଣନ୍ତିକି ଏହା ଶରୀର ପାଇଁ କେତେ କ୍ଷତିକାରକ! ଜାଣିରଖନ୍ତୁ ଏ ସମ୍ପର୍କରେ…
- ପ୍ୟାକେଟ୍ ଫ୍ରୁଟ୍ ଜୁସ୍କୁ ଅଧିକ ସମୟଯାଏଁ ଷ୍ଟୋର୍ କରି ରଖିବାକୁ ଆର୍ଟିଫିସିଆଲ୍ କଲର୍ ମିଶାଯାଇଥାଏ, ଯାହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।
- ଫ୍ରୁଟଜୁସ୍ ପ୍ରସ୍ତୁତି କରିବା ସମୟରେ ସେଥିରେ କ୍ୟାଡମିୟମ, ଆର୍ସେନିକ୍ ଏବଂ ସୀସା ଇତ୍ୟାଦି ମିଶାଯାଇଥାଏ, ଯାହାକୁ ପିଇବା ଦ୍ୱାରା ମସ୍ତିଷ୍କର କାର୍ଯ୍ୟପ୍ରଣାଳୀ ଉପରେ ଖରାପ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, ଏହିସବୁ ହାନିକାରକ ଉପାଦାନ କ୍ୟାନ୍ସର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ।
- ପ୍ରତିଦିନ ପ୍ୟାକେଟ୍ ଜୁସ୍ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା, ଡାଇରିଆ ଏବଂ ବଦହଜମି ହୋଇଥାଏ।
- ଏଥିରେ ଶର୍କରା ଏବଂ କ୍ୟାଲୋରିର ମାତ୍ରା ଅଧିକ ଥିବାରୁ ମେଦବହୁଳତା ଦେଖାଯାଏ।
- ଶର୍କରାର ମାତ୍ରା ଅଧିକ ଥିବାରୁ ଓଜନ ବୃଦ୍ଧି ଏବଂ ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଦିଏ।
- ପ୍ୟାକେଟ୍ ଜୁସ୍ରେ ପ୍ରଚୁର ମାତ୍ରାରେ କୃତ୍ରିମ ମିଠା ଥିବା ବେଳେ ଫାଇବର୍ ମାତ୍ରା କମ୍ ରହିବା ଯୋଗୁ ଶରୀରରେ ଇନସୁଲିନ୍ର ମାତ୍ରା ବଢ଼ିଥାଏ।
- ପ୍ୟାକେଡ୍ ଜୁସ୍ ପିଇବା ପରିବର୍ତ୍ତେ ଘର ତିଆରି ଫଳରସ ପିଇପାରିବେ।
Powered by Froala Editor