ଦାରିଦ୍ର୍ୟ କଷଣରେ ଫସିଲା ଭାରତ
ନୂଆଦିଲ୍ଲୀ: ବର୍ଷକରୁ ଊଦ୍ଧ୍ୱର୍ ସମୟ ହେବ କରୋନା ସହ ସଂଘର୍ଷ କରୁଛି ବିଶ୍ୱ । ଭାରତ ମଧ୍ୟ ମହାମାରୀ ତାଣ୍ଡବଲୀଳା ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ୁଛି । ଗରିବ ଆହୁରି ଗରିବ ହୋଇଚାଲିଛି । ଏକଦା ଦାରିଦ୍ର୍ୟରୁ ବାହାରିଥିବା ବ୍ୟକ୍ତି ପୁଣି ଥରେ ଗରିବ କଷଣରେ ଫସି ଯାଇଛି । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଭାରତ ବର୍ଷ ବର୍ଷ ଧରି ହାସଲ କରିଥିବା ଉପଲବ୍ଧିକୁ ହରାଇ ବସିଛି । ଏ କ୍ଷେତ୍ରରେ ୯ ବର୍ଷ ତଳକୁ ଖସିଯାଇଛି ଦେଶ । ଲୋକଙ୍କ ଆୟ ଏବଂ ଜୀବିକାକୁ କରୋନା ଏକଦମ ଖାଇ ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ୨୦୨୦ ଏପି୍ରଲରୁ ୨୦୨୧ ଏପି୍ରଲ ମଧ୍ୟରେ ଅର୍ଥାତ କରୋନା କାଳରେ ଦେଶର ୨୩ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ତଳକୁ ଖସି ଯାଇଛନ୍ତି । ଅନ୍ତିମ ଥର ପାଇଁ ଯେତେବେଳେ ଜାତିସଂଘ ରିପୋର୍ଟ ଆସିଥିଲା ସେତେବେଳେ କୁହାଯାଇଥିଲା ଯେ ୨୦୦୬ ରୁ ୨୦୧୬, ୧୦ ବର୍ଷରେ ଦେଶର କେବଳ ୨୭ କୋଟି ୩୦ ଲକ୍ଷ ଲୋକ ଦାରିଦ୍ର୍ୟରୁ ବାହାରିଥିଲେ । ଅର୍ଥାତ କରୋନାର ଏହି ବର୍ଷେ ଦାରିଦ୍ର୍ୟ ମାମଲାରେ ଦେଶକୁ ୯ ବର୍ଷ ତଳକୁ ଠେଲି ଦେଇଛି ।
Powered by Froala Editor