କୋଭିଡ୍ ମହାମାରୀକୁ ସବୁଦିନ ହଟାଇବା ପାଇଁ କେତେ ଟଙ୍କା ଦରକାର ଜାଣନ୍ତୁ?

ମୁମ୍ବାଇ : ସମଗ୍ର ବିଶ୍ୱରୁ କୋଭିଡ୍ ମହାମାରୀକୁ ସବୁଦିନ ପାଇଁ ହଟାଇବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଏକ ଯୋଜନା ପ୍ରସ୍ତୁତ କରିଛି । ପ୍ରାୟ ୫୦୦୦ କୋଟି ଡଲାର ମୂଲ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ପାଣ୍ଠିକୁ ବ୍ୟବହାର କରି ୨୦୨୧ ଶେଷ ସୁଦ୍ଧା ବିଶ୍ୱର ୪୦% ଓ ୨୦୨୨ ପ୍ରଥମାର୍ଦ୍ଧ ସୁଦ୍ଧା ୬୦ ପ୍ରତିଶତ ଲୋକଙ୍କ ଟିକାକରଣ କରିବା ଯୋଜନା ରହିଛି । ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଓ ଷ୍ଟାଫ ଅର୍ଥନୀତିଜ୍ଞ ରୁଚିର ଅଗ୍ରୱାଲ ଏହି ପ୍ରସ୍ତାବର ଚିଠା ପ୍ରସ୍ତୁତ କରିଛନ୍ତି । ଯୋଜନା ଅନୁସାରେ ସମଗ୍ର ବିଶ୍ୱରୁ କରୋନା ମହାମାରୀକୁ ସବୁ ଦିନ ପାଇଁ ହଟାଇବା ଲାଗି ଯେଉଁ ୫୦୦୦ କୋଟି ଡଲାର ଦରକାର ସେଥି ମଧ୍ୟରୁ ୩୫୦୦ କୋଟି ଡଲାର ଧନୀ ରାଷ୍ଟ୍ର, ଘରୋଇ କ୍ଷେତ୍ର ଓ ବହୁଦେଶୀୟ ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଠାରୁ ସଂଗ୍ରହ କରାଯିବ । ବଳକା ୧୫୦୦ କୋଟି ଡଲାର ବିିଭିନ୍ନ ଦେଶ ବିଭିନ୍ନ ଡେଭେଲପମେଣ୍ଟ ବ୍ୟାଙ୍କ ଠାରୁ କମ ସୁଧରେ ଋଣ ଆଣି ପ୍ରଦାନ କରିବେ ବୋଲି ଆଇଏମଏଫ କହିଛି ।
Powered by Froala Editor