ଓଢଣୀ ଲଗାଇ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ
ନବରଙ୍ଗପୁର : ନବରଙ୍ଗପୁର ପାପଡ଼ାହାଣ୍ଡିରେ ଅଭାବନୀୟ। ମଇଦଲପୁର ଥାନା ଆମପାଣି ଘାଟି ଖଡ଼କା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମହୁଲ ଗଛରେ ଏହି ପ୍ରେମୀ ଯୁଗଳ ଓଢଣୀ ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି । ପୋଲିସର ତଦନ୍ତ ଆରମ୍ଭ ।
ଖବର ଅନୁଯାୟୀ, ଉଭୟ ମଙ୍ଗଳବାର ସନ୍ଧ୍ୟାରୁ ଘରୁ ବାହାରିଥିବା ଜଣାପଡିଛି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ସେହି ରାସ୍ତାଦେଇ ଯିବା ସମୟରେ ପ୍ରେମୀ ଯୁଗଳଙ୍କୁ ମହୁଲ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ମାଝୀଗୁଡ଼ା ପଞ୍ଚାୟତ ଭାଲୁଝର ଗାଁର ବେଲ ମୁଦୁଲି ଓ ପ୍ରେମିକ ମଇଦଲପୁର ପଞ୍ଚାୟତ ନୀଳାଦ୍ରୀଗୁଡା ଗାଁର ତ୍ରିପତି ମାଝୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।
Powered by Froala Editor