ଅମ୍ବାନୀ ଦେଲେ ବଡ଼ ଉପହାର, ସିଡ୍-କିଆରା ରିଲାଏନ୍ସ ଟ୍ରେଣ୍ଡସ୍ ଫୁଟୱେରର ବ୍ରାଣ୍ଡ ଆମ୍ବାସାଡର
ଫେବ୍ରୁଆରି ୭ରେ ରାଜସ୍ଥାନର ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ହୋଇଥିଲା। ବିବାହ ପରେ ରବିବାର ଦୁହେଁ ବିବାହ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ବଲିଉଡର ଅନେକ କଳାକାର ନଜର ଆସିଥିବା ବେଳେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ବୋହୂ ମଧ୍ୟ ଯୋଗ ଦେଇଥିଲେ।
ଏବେ ବିବାହ ଭୋଜିରେ ଅମ୍ବାନୀ ପରିବାର ପକ୍ଷରୁ ସିଡ୍-କିଆରାଙ୍କୁ ମିଳିଥିବା ଉପହାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅମ୍ବାନୀ ପରିବାର ତରଫରୁ ଏକ ବଡ ଉପହାର ଦିଆଯାଇଛି। ମୁକେଶ ଅମ୍ବାନୀ ସିଦ୍ଧାର୍ଥ ଏବଂ କିଆରାଙ୍କୁ ତାଙ୍କ କମ୍ପାନି ରିଲାଏନ୍ସ ଟ୍ରେଣ୍ଡସ୍ ଫୁଟୱେରର ନୂତନ ବ୍ରାଣ୍ଡ ଆମ୍ବାସାଡର କରିଛନ୍ତି।
ରିଲାଏନ୍ସ ରିଟେଲ ଲିମିଟେଡର ସିଇଓ ଅଖିଳେଶ ପ୍ରସାଦ କହିଛନ୍ତି ଯେ 'କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମଲହୋତ୍ରା ବଲିଉଡର ପ୍ରତିଭାବାନ ଯୁବ ଆଇକନ୍। ସେମାନଙ୍କୁ ବ୍ରାଣ୍ଡ ଆମ୍ବାସାଡର କରି ଯୁବପିଢ଼ିଙ୍କ ସହ ଆମର ବନ୍ଧନକୁ ଆମେ ଦୃଢ଼ କରିବାକୁ ଯାଉଛୁ। ' ଏହି ଖବର ନିଶ୍ଚିତ ରୂପେ ଦୁହିଁଙ୍କ ପାଇଁ ବଡ ଉପହାର । ଏହି ଉପହାର ସେମାନେ ସବୁଦିନ ପାଇଁ ମନେରଖିବେ ବୋଲି କହିଛନ୍ତି ।
Powered by Froala Editor