ଓଟିଟି ପ୍ଲାଟ୍ଫର୍ମ ଅଲ୍ଟ ବାଲାଜୀରୁ ଇସ୍ତଫା ଦେଲେ ଏକତା

ଓଟିଟି ପ୍ଲାଟ୍ଫର୍ମ ଅଲ୍ଟ ବାଲାଜୀର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଲିଉଡ ପ୍ରଯୋଜକ ଏକତା କପୁର ଏବଂ ତାଙ୍କ ମା' ଶୋଭା କପୁର। ବିବେକ କୋକା ଅଲ୍ଟ ବାଲାଜୀର ନୂତନ ମୁଖ୍ୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ଏକତା କପୁର କହିଛନ୍ତି, ଆମେ ବିବେକ କୋକାଙ୍କୁ ଅଲ୍ଟ ବାଲାଜୀଙ୍କ ପରିବାରକୁ ସ୍ବାଗତ କରୁଛୁ। ଡିଜିଟାଲ ମନୋରଞ୍ଜନର ଭବିଷ୍ୟତ ଉପରେ ତାଙ୍କର ଦୃଷ୍ଟିକୋଣ ଏବଂ ପାରଦର୍ଶିତା ସହିତ ଅଲ୍ଟ ବାଲାଜୀକୁ ଆଗେଇ ନେବା ପାଇଁ ଏହା ଉପଯୁକ୍ତ ପଦକ୍ଷେପ।
ଅଲ୍ଟ ବାଲାଜୀରେ 'ଗନ୍ଦି ବାତ୍', 'ବ୍ରେକ୍ ବଟ୍ ବ୍ୟୁଟିଫୁଲ୍' ଏବଂ 'କ୍ରାସ' ପରି ଶୋ' ଷ୍ଟ୍ରିମ୍ ହୋଇସାରିଛି। ଯଦିଓ ଏହି ସମସ୍ତ ଶୋ ଜୀ-୫ ସହଭାଗିତାରେ ହୋଇଛି। ଯାହାଫଳରେ ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚି ହେବ।
Powered by Froala Editor