ଏଟିଏମ ମେସିନରୁ ଲୁଟିନେଲେ ୩୦ ଲକ୍ଷ
ଲମତାପୁଟ : ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନରୁ ଟଙ୍କା ଲୁଟ୍। ଏଟିଏମ୍କୁ ଗ୍ୟାସ କଟର କାଟି ୩୦ ଲକ୍ଷ ଟଙ୍କା ଚୋରି କରି ନେଲେ ଲୁଟେରା। ଟଙ୍କା ଲୁଟ୍ ପରେ ଏଟିଏମ୍ରେ ନିଆଁ ଲଗାଇ ଚମ୍ପଟ ମାରିଲେ। ଏ ଭଳି ଲୁଟ ଘଟଣା ଲମତାପୁଟ ଥାନା ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ ନନ୍ଦପୁର ଏସ୍ଡିପିଓ ଏବଂ ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଟିଏମ୍ରେ ଲାଗିଥିବା ସିସିଟିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।
ସୂଚନାଥାଉକି, ଶୁକ୍ରବାର ଷ୍ଟେଟ ବ୍ୟାଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରାଯାଇଥିଲା। ଏହାର ଫାଇଦା ନେଇ ଲୁଟେରାମାନେ ଏଟିଏମ୍ରୁ ଲୁଟ୍ କରିଛନ୍ତି ।ଏଟିଏମ୍କୁ ଗ୍ୟାସ୍ କଟରରେ କାଟି ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଛି ଚମ୍ପଟ୍ ମାରିଛନ୍ତି ଲୁଟେରା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଥିବା ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
Powered by Froala Editor